ଭାରତ-ଫ୍ରାନ୍‌ସ ମିଳିତ ସମରାଭ୍ୟାସ ସମାପ୍ତ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା (ଆଇଏଏଫ୍‌) ଏବଂ ଫ୍ରେଞ୍ଚ୍ ଏୟାର୍ ଆଣ୍ଡ୍ ସ୍ପେସ୍ ଫୋର୍ସ (ଏଫ୍‌ଏଏସ୍‌ଏଫ) ମଧ୍ୟରେ ମିଳିତ ଅଭ୍ୟାସର ସପ୍ତମ ସଂସ୍କରଣ ଗରୁଡ଼-୭ ଶନିବାର ଯୋଧପୁରର ବାୟୁସେନା ଘାଟିରେ ସମାପ୍ତ ହୋଇଛି।

ଏଫ୍‌ଏଏସ୍‌ଏଫ୍‌ରେ ରାଫେଲ୍ ଫାଇଟର ଏୟାର୍‌କ୍ରାଫ୍‌ଟ ଓ ଏ-୩୩୦ ବହୁମୁଖୀ ଟ୍ୟାଙ୍କର ପରିବହନ ବିମାନ ସାମିଲ୍ ହୋଇଥିଲା। ଏଥି ସହ ଏସ୍‌ୟୁ-୩୦ ଏମ୍‌କେଆଇ, ରାଫେଲ୍, ଏଲ୍‌ସିଏ, ତେଜସ୍‌ ଓ ଜାଗୁଆର୍‌ ଫାଇଟର୍‌ ଏୟାର୍‌କ୍ରାଫ୍‌ଟ ମଧ୍ୟ ରହିଥିଲା। ଏହି ଫାଇଟର ଏଲିମେଣ୍ଟରେ ରହିଥିଲା ଭାରତୀୟ ବାୟୁସେନାର ଫ୍ଲାଇଟ୍ ରିଫୁଏଲିଂ ବିମାନ, ଏଡବ୍ଲୁଏସିଏସ୍ ଓ ଏଇଡବ୍ଲୁ ଆଣ୍ଡ ସି ତଥା ଏମ୍‌ଆଇ-୧୭ ହେଲିକପ୍ଟର ଓ ନୂତନ ଭାବରେ ସାମିଲ୍ ହୋଇଥିବା ଏଲ୍‌ଚିଏଚ୍ ‘ପ୍ରଚଣ୍ଡ’।

ଏକ୍ସର୍‌ସାଇଜ୍‌ ଗରୁଡ଼-୭ ଦୁଇଟି ବାୟୁସେନାକୁ ବୃତ୍ତିଗତ ପାରସ୍ପରିକ ଆଲୋଚନା ଏବଂ ଜ୍ଞାନ ଓ ଅଭିଜ୍ଞତା ବାଣ୍ଟିବାର ସୁଯୋଗ ପ୍ରଦାନ କରିଛି। ଅଭ୍ୟାସର ବିଭିନ୍ନ ପର୍ଯ୍ୟାୟର ଉତ୍କୃଷ୍ଟ ଯୋଜନା ଏବଂ କାର୍ଯ୍ୟକାରିତା ସହିତ, ଆଇଏଏଫ୍‌ ଏବଂ ଏଫ୍‌ଏଏସ୍‌ଏଫ୍‌ର କର୍ମଚାରୀମାନେ ରିଅଲିଷ୍ଟିକ୍ ଏୟାର୍‌ କମ୍ବାଟ୍‌ ସିମୁଲେସନ ଓ ଆସୋସିଏଟେଡ୍‌ କମ୍ବାଟ୍ ସପର୍ଟ ଅପରେସନ୍ ବିଷୟରେ ଜ୍ଞାନ ଆହରଣ କରିଥିଲେ। ଏହି ଅଭ୍ୟାସ ଉଭୟ ଦେଶର ବାୟୁସେନା କର୍ମଚାରୀଙ୍କ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ ପାଇଁ ଏକ ମଞ୍ଚ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର