ତୃତୀୟ ମିଳିତ ମହାକାଶ ଅଭିଯାନ ପାଇଁ ପ୍ରସ୍ତୁତି କରୁଛନ୍ତି ଭାରତ ଓ ଫ୍ରାନ୍‌ସ୍‌: ‘ଇସ୍ରୋ’ ଅଧ୍ୟକ୍ଷ

ବେଙ୍ଗାଲୁରୁ: ତୃତୀୟ ମିଳିତ କୃତ୍ରିମ ଉପଗ୍ରହ ଅଭିଯାନ ନିମନ୍ତେ ଭାରତ ଓ ଫ୍ରାନ୍‌ସ୍‌ କାର୍ଯ୍ୟ କରୁଛନ୍ତି ବୋଲି ‘ଇସ୍ରୋ’ର ଅଧ୍ୟକ୍ଷ କେ ଶିବନ କହିଛନ୍ତି।

ମହାକାଶ ଅଭିଯାନ କ୍ଷେତ୍ରରେ ନିକଟରେ ଭାରତ ସରକାର ଆଣିଥିବା ସଂସ୍କାର ଯୋଗୁଁ ଅନେକ ଫରାସୀ କମ୍ପାନି ଭାରତ ସହ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ଡକ୍ଟର୍‌ ଶିବନ କହିଛନ୍ତି।

Image Courtesy of NDTV

‘ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍‌ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି’ର ସୁବର୍ଣ୍ଣ ଜୟନ୍ତୀରେ ‘ଅନ୍‌ଲକିଙ୍ଗ୍‌ ଇଣ୍ଡିଆଜ୍‌ ସ୍ପେସ୍‌ ପୋଟେନ୍‌ସିଆଲ୍‌-ଜିଓସ୍ପାଟିଆଲ୍‌ ଡାଟା ଆଣ୍ଡ୍‌ ମ୍ୟାପିଙ୍ଗ୍‌’ ସମ୍ବନ୍ଧରେ ହୋଇଥିବା ଏକ ଭର୍ଚ୍ୟୁଆଲ୍‌ ଆଲୋଚନାରେ ଭାଗ ନେଇ ଶୁକ୍ରବାର ଦିନ ଡକ୍ଟର୍‌ ଶିବନ ଏ କଥା କହିଛନ୍ତି। ‘ନ୍ୟାସ୍‌ନାଲ୍‌ କାଉନ୍‌ସିଲ୍‌ ଫର୍‌ ସାଇନ୍‌ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି କମ୍ୟୁନିକେସନ୍‌’ ଏବଂ ‘ବିଜ୍ଞାନ ପ୍ରସାର’ ଏହି ଆଲୋଚନାର ଆୟୋଜନ କରିଥିଲେ।

Image Courtesy of Daily Excelsior

ସୂଚନଯୋଗ୍ୟ, ଭାରତ ଓ ଫ୍ରାନ୍‌ସ୍‌ ମିଳିତ ଭାବେ ୨୦୧୧ରେ ‘ମେଘା-ଟ୍ରପିକ୍ୟୁଜ୍‌’ ଏବଂ ୨୦୧୩ରେ ‘ସରଲ୍‌-ଅଲଟିକା’ ନାମରେ ଦୁଇଟି ଅଭିଯାନ ସମ୍ପାଦନ କରିଥିଲେ।

ଏବେ ତୃତୀୟ ଅଭିଯାନ ପାଇଁ ପ୍ରସ୍ତୁତି ଚାଲିଥିବା କଥା ଡକ୍ଟର୍‌ ଶିବନ କହିଛନ୍ତି।

ସମ୍ବନ୍ଧିତ ଖବର