ନୂଆଦିଲ୍ଲୀ: ଭାରତୀୟ ଜେଲ୍ରେ ବନ୍ଦୀ ଜୀବନ କାଟୁଥିବା ୬ ଜଣ ପାକିସ୍ତାନୀ କଏଦୀଙ୍କୁ ଭାରତ ଶନିବାର ମୁକ୍ତ କରିଛି। ସେମାନଙ୍କ ମଧ୍ୟରୁ ୫ ଜଣ ଗୋଟିଏ ପରିବାରର ଓ ସେହି ପରିବାର ଜଣେ ନାବାଳିକା ମଧ୍ୟ ଭାରତୀୟ ଜେଲ୍ରେ ବନ୍ଦୀ ହୋଇ ରହିଥିଲେ। ସେମାନେ ଅଟାରି-ଓ୍ଵାଘା ସୀମା ପାର୍ କରି ନିଜ ଦେଶରେ ପାଦ ରଖିଛନ୍ତି।
ସୀମା ସୁରକ୍ଷା ବଳ ଦ୍ୱାରା ପାକିସ୍ତାନୀ ନାଗରିକ ନଓ୍ଵାଜ ଖାନ, ଶାହ ଜହାନ, ଅଜ୍ରା ଖାନ, ଆମୀର ଖାନ, ଇସ୍ରାତି ଏବଂ ସୈସ୍ଥା ଖାନଙ୍କୁ ମୁକ୍ତ କରାଯାଇ ତାଙ୍କ ଦେଶ ପାକିସ୍ତାନକୁ ପଠାଯାଇଛି।
/sambad/media/post_attachments/wp-content/uploads/2019/06/download-22.jpg)
ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ପାକିସ୍ତାନର କରାଚିର ଗୋଟିଏ ପରିବାରର ସଦସ୍ୟ। ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଭିସା ସମସ୍ୟା ହେତୁ ଗତ ବର୍ଷ ଏହି ୬ ଜଣ ଭାରତୀୟ ଜେଲ୍ରେ ବନ୍ଦୀ ହୋଇ ରହିଥିଲେ। ଗତ ଏପ୍ରିଲ୍ରେ ପାକିସ୍ତାନ ୩୦୦ରୁ ଊର୍ଧ୍ୱ ଭାରତୀୟଙ୍କୁ ମୁକ୍ତ କରିବା ପରେ ଭାରତ ଏହି ୬ ପାକିସ୍ତାନୀଙ୍କୁ ମୁକ୍ତ କରିଛି।