ଶ୍ରୀନଗର: ପାକିସ୍ତାନକୁ ଭାରତ ଏକଘରିଆ କରିବାକୁ ଅନ୍ତର୍ଜାତୀୟସ୍ତରରେ ଜୋରଦାର ପ୍ରୟାସ ଚଳାଇଥିବା ବେଳେ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଏ ବାବଦରେ ଭିନ୍ନମତ ପୋଷଣ କରି ବିବାବ ସୃଷ୍ଟି କରିଛନ୍ତି। ପାକିସ୍ତାନ ସହ ଶାନ୍ତି ଓ ବନ୍ଧୁତା ଜରୁରୀ ବୋଲି ମେହବୁବା ଏକ ଜନସଭାରେ ଉଦ୍୍ବୋଧନ ଦେଇ କହିଛନ୍ତି । କଶ୍ମୀରରେ ହିଂସା ଓ ରକ୍ତପାତ ରୋକିବାକୁ ଦୁଇ ଦେଶ ମଧ୍ୟରେ ବନ୍ଧୁତା ହିଁ ଏକମାତ୍ର ପନ୍ଥା ବୋଲି ସେ କହିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନ ସରକାର ଏ ଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ କଲେ ହିଁ ଉଭୟ ପଟେ ହେଉଥିବା ଅକାରଣ ମୃତ୍ୟୁକୁ ରୋକିବା ସମ୍ଭବ ହେବ। ପାକିସ୍ତାନ ପଟୁ ଲଗାତାର ଗୁଳି ଚାଲୁଛି ଏବଂ ଭାରତର ଯବାନ ସହିଦ ହେଉଛନ୍ତି, ଅନ୍ୟପକ୍ଷରେ ଭାରତ ଏହାର ଜବାବ ଦେଇ ପାକ୍ ସୈନିକଙ୍କୁ ନିପାତ କରୁଛି। ଏଭଳି ସ୍ଥିତିର ଅବସାନ ଘଟାଇବାକୁ ଶାନ୍ତି ଆଲୋଚନା ଓ ବନ୍ଧୁତ ନିତାନ୍ତ ଆବଶ୍ୟକ ବୋଲି ମେହବୁବା କହିଛନ୍ତି। ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ସାରା ବିଶ୍ୱରେ ନିନ୍ଦିତ ହୋଇଥିବା ବେଳେ ଏବେ ଆମେରିକା ମଧ୍ୟ ପାକିସ୍ତାନକୁ ଏକ ଆତଙ୍କବାଦୀ ରାଷ୍ଟ୍ର ଭାବେ ଚିତ୍ରଣ କରିବାକୁ ପଛାଉନାହିଁ। ଏଭଳି ସ୍ଥିତିରେ ପାକିସ୍ତାନକୁ ସୁହାଇଲା ଭଳି ମନ୍ତବ୍ୟ ଦେଇ ମେହବୁବା ଏନ୍ଡିଏ ସରକାରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ମେହବୁବାଙ୍କ ଏହି ବୟାନ ପିଡିପି-ବିଜେପି ମେଣ୍ଟ ପାଇଁ ମଧ୍ୟ ବିପଦ ସୃଷ୍ଟି କରବ ବୋଲି ଆଶଙ୍କା କରାଯାଉଛି ।
ପାକିସ୍ତାନ ସହିତ ବନ୍ଧୁତା ପାଇଁ ଗୁରୁତ୍ୱ
ଏନ୍ଡିଏ ସରକାରଙ୍କ ଅଡ଼ୁଆ ବଢ଼ାଇଲେ ମେହବୁବା
/sambad/media/post_attachments/wp-content/uploads/2018/01/87782396_gettyimages-84101664.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)