ନୂଆଦିଲ୍ଲୀ: ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀ। ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପାଇଁ ସୁଶୀଳା କାର୍କିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅଭିନନ୍ଦନ ଜଣାଇ ଦେଶର ଶାନ୍ତି ଏବଂ ସମୃଦ୍ଧି ପାଇଁ ଭାରତର ସମର୍ଥନକୁ ପୁଣି ଥରେ ଦୋହରାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଏକ ଏକ୍ସ ପୋଷ୍ଟ୍ରେ ଲେଖିଛନ୍ତି "ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ମୁଁ ମାନ୍ୟବର ଶ୍ରୀମତୀ ସୁଶୀଳା କାର୍କିଙ୍କୁ ମୋର ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ଭାରତ, ନେପାଳର ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ,"।
ନେପାଳର ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି କାର୍କୀ ଗୁରୁବାର ଶପଥ ଗ୍ରହଣ କରିଛନ୍ତି, ସେ ହେଉଛନ୍ତି ଦେଶର ଇତିହାସରେ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିବା ପ୍ରଥମ ମହିଳା।
ଦେଶରେ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସୁଶୀଳା ଏହି ଅନ୍ତରୀଣ ସରକାରର ନେତୃତ୍ବ ନେବେ। ସମ୍ବିଧାନରେ ବଡ଼ଧରଣର ପରିବର୍ତ୍ତନ ପାଇଁ ଜେନ୍ ଜେଡ୍ର ଦାବି ଅନ୍ତରୀଣ ସରକାର ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।
ସୁଶୀଳା ତାଙ୍କର ପ୍ରଥମ କ୍ୟାବିନେଟ୍ ବୈଠକରେ ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ସୁପାରିସ କରିବେ ବୋଲି ଜଣାପଡ଼ିଛି। ନେପାଳ ସମ୍ବିଧାନର ଧାରା ୨୭୩ ଅନୁଯାୟୀ ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ, ସଶସ୍ତ୍ର ବିଦ୍ରୋହ କିମ୍ବା ଅନ୍ୟାନ୍ୟ ଜଟିଳ ସଙ୍କଟଜନକ ପରିସ୍ଥିତିରେ ଦେଶ ସର୍ବାଧିକ ୬ ମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/13/new-project-36-2025-09-13-10-21-34.jpg)