ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମସୁଦ୍ ଅଝାର ବିରୋଧରେ ଏହି ୧୦ ପ୍ରମାଣ ଦେଲା ଭାରତ

ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈସ୍ –ଏ- ମହମ୍ମଦ ମୁଖ୍ୟ ମସୁଦ୍ ଅଜହରର ବଚିଂବା ଏବେ କାଠିକର ପାଠ ହୋଇଗଲାଣି । ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମସୁଦ୍ ଅଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯିବାର ବହୁ ସମ୍ଭାବନା ରହିଛି । ଏହି ପ୍ରସ୍ତାବ ଉପରେ ସହମତି ଲାଗି ଭାରତ ଉଦ୍ୟମ ଜାରି ରଖିଛି ।

ସୂତ୍ର ଅନୁସାରେ ମସୁଦ୍ ଅଝାରକୁ ବିରୋଧରେ ଭାରତ ତରଫରୁ ଜାତିସଂଘ ସୁରକ୍ଷା ପରିଷଦରେ ଠୋସ୍ ପ୍ରମାଣ ପ୍ରଦାନ କରାଯିବ । ଏହା ପୂର୍ବରୁ ଏହି ପ୍ରସ୍ତାବ ଉପରେ ଚୀନ୍ ଭିଟୋ ପ୍ରୟୋଗ କରଥିଲା । ଏଥର ବି ଚୀନ୍ ମସୁଦ୍ ଅଝାର ବିପକ୍ଷରେ ପ୍ରମାଣ ମାଗୁଛି । ଚୀନର ପ୍ରଶ୍ନର ଜବାବରେ ଭାରତ ତରଫରୁ ୧୦ଟି ପ୍ରମାଣ ଦିଆଯାଇଛି।

୧ . ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଜୈସ୍ –ଏ- ମହମ୍ମଦ ମୁଖ୍ୟ ମୌଲାନା ମସୁଦ୍ ଅଝାରର ସେହି ଭାଷଣକୁ ପ୍ରଦାନ କରାଯିବ ଯେଉଁଥିରେ ସେ ପୁଲୱାମା ଆକ୍ରମଣକାରୀ ଆଦିଲ୍ ଅହମ୍ମଦ ଡାରର  ପ୍ରଶଂସା କରୁଥିବାର ଦେଖାଯାଇଛି ।

୨ . ଏହାଛଡା ଅଲ କଲାମରେ ଛପିଥିବା ପ୍ରବନ୍ଧକୁ ମଧ୍ୟ ପ୍ରଦର୍ଶନ କରାଯିବ, ଯେଉଁଥିରେ  ମସୁଦ୍ ଅଝାରର ଭାଇ ଅବଦୁଲ୍ ରଉଫ୍ ଏବଂ ଶାଳକ ୟୁସୁଫ୍ ଅଝାରକୁ ବାଲାକୋଟ୍ କ୍ୟାମ୍ପରେ ଥିବା କୁହାଯାଇଛି । ବାଲାକୋଟ୍ କ୍ୟାମ୍ପକୁ ହିଁ ଭାରତ ତରଫରୁ ଏୟାରଷ୍ଟ୍ରାଇକ୍ କରି ଉଡାଇ ଦିଆଯାଇଥିଲା ।

୩ . ମସୁଦ୍ ଅଝାରର ଭାଷଣର ଅଡିଓ, ଭିଡିଓ କ୍ଲିପକୁ ମଧ୍ୟ ପ୍ରମାଣ ସ୍ୱରୁପ ଦିଆଯିବ । ଏହି ଭିଡିଓରେ ମସୁଦ୍ ବାଲାକୋଟ୍ ରେ ଆସିଥିବା ନୂଆ ଆତଙ୍କବାଦୀଙ୍କୁ ଭଡକାଇଲା ଭଳି ଭାଷଣ ଦେଉଛି ।

୪ . ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଡୋଜିୟର୍ ମଧ୍ୟ ପ୍ରଦାନ କରାଯିବ । ଯେଉଁଥିରେ ପ୍ରମାଣ ରହିଛି ଯେ ଜୈସ୍ –ଏ- ମହମ୍ମଦ ଆକ୍ରମଣ ପାଇଁ ପାକିସ୍ତାନରେ ହିଁ ପ୍ଲାନ୍ କରୁଥିଲା ।

୫ . ଏହା ପୂର୍ବରୁ ମଧ୍ୟ ଗୋଟିଏ ଡୋଜିୟର୍ ସଂଯୁକ୍ତ ରାଷ୍ଟ୍ର ଏବଂ ପାକିସ୍ତାନକୁ ହସ୍ତାନ୍ତର କରାଯାଇଛି । ଏଥିରୁ ଜଣାପଡୁଛି କି ଏହାପୂର୍ବରୁ ମଧ୍ୟ ଭାରତ ଏ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଅପିଲ୍ କରିଥିଲା।

୬ . ଗୋଟିଏ ଭିଡିଓ ଜାରି କରାଯାଇଛି ଯେଉଁଥିରେ ଆଦିଲ୍ ପୁଲୱାମା ଆକ୍ରମଣ ଉପରେ କହୁଥିବା ଏବଂ ଏଥିରେ ଜୈସ୍ –ଏ- ମହମ୍ମଦର ହାତ ଥିବା କଥା କହୁଛି ।

୭ . ଜୈସ୍ –ଏ- ମହମ୍ମଦ କମାଣ୍ଡର କାମରାନ୍ ର ଫୋନ୍ ଇଣ୍ଟରସ୍ପେଶ୍ ପ୍ରମାଣ ଦିଆଯିବ ।

୮ . ପୁଲୱାମା ଆକ୍ରମଣରେ ସଜ୍ଜାଦ୍ ଭଟ୍ଟ ନାମକ ବ୍ୟକ୍ତିର ଗାଡି ବ୍ୟବହାର ହୋଇଥିଲା ତାହାର ବିବରଣୀ ମଧ୍ୟ ଦିଆଯାଇଛି । ସେ ମଧ୍ୟ ଜୈସ୍ ଆତଙ୍କବାଦୀ ମଧ୍ୟରୁ ଗୋଟିଏ ।

୯ . ସଜ୍ଜାଦ୍ ଭଟ୍ଟର ଏକ ପୋଷ୍ଟର ମଧ୍ୟ ଦିଆଯାଇଛି ଯେଉଁଥିରେ ସେ ଯୁବକମାନଙ୍କୁ ଜୈସ୍ ସହ ଜଡିତ ହେବା ପାଇଁ ଅପିଲ୍ କରୁଛନ୍ତି ।

୧୦ . ଜୈସ୍ –ଏ- ମହମ୍ମଦ କିଭଳି ପୁଲୱାମା ଆକ୍ରମଣର ଯୋଜନା ପ୍ରସ୍ତୁତ କଲା ଏବଂ ଏହାର କେଉଁଠାରେ ଆତଙ୍କବାଦୀ ଅଡ୍ଡା ରହିଛି ଏହି ସବୁ କଥା ଜାତିସଂଘ ଡୋଜିୟର୍ ରେ ଦିଆଯିବ ।

ସମ୍ବନ୍ଧିତ ଖବର