ଭିଡିଓ-ଟେଲି କନ୍‌ଫରେନ୍ସିଂ ଜରିଆରେ ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ-ଟେଲି କନ୍‌ଫରେନ୍ସିଂ ଜରିଆରେ ଜର୍ମାନର ଚାନ୍ସେଲର ଡ. ଆଞ୍ଜେଲା ମର୍କେଲଙ୍କ ସହ ଆଲୋଚନା କରିଛନ୍ତି । ୟୁରୋପୀୟ ଏବଂ ବିଶ୍ୱ ମଞ୍ଚରେ ଦୀର୍ଘକାଳ ଧରି ଦୃଢ ନେତୃତ୍ୱ ଓ ଦିଗ୍‌ଦର୍ଶନ ଦେଇ ଆସୁଥିବା ଚାନ୍‌ସେଲରଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଉଚ୍ଚ ପ୍ରଶଂସା କରିଥିଲେ । ସେ ମଧ୍ୟ ଭାରତ-ଜର୍ମାନୀ ରଣକୌଶଳାତ୍ମକ ଅଂଶୀଦାରୀ ବୃଦ୍ଧି ପାଇଁ ଉପଯୁକ୍ତ ଦିଗ୍‌ଦର୍ଶନ ଦେଉଥିବାରୁ ଚାନ୍‌ସେଲର ମର୍କେଲଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଦୁଇନେତା କରୋନା ମହାମାରୀ, ଦ୍ୱିପାକ୍ଷିକ ସଂପର୍କ, ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଏବଂ ନିର୍ଦ୍ଦିଷ୍ଟଭାବେ ଭାରତ-ୟୁରୋପୀୟ ସମୁଦାୟ ସଂପର୍କ ସମେତ ବିଭିନ୍ନ ପାରସ୍ପରିକ ଗୁରୁତ୍ୱପୂର୍ଣ୍ଣ ସ୍ୱାର୍ଥଜଡିତ ବିଷୟରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଭାରତରେ କରୋନା ଟିକାର ବିକାଶ ସଂପର୍କରେ ଚାନ୍‌ସେଲର ମର୍କେଲଙ୍କୁ ଅବଗତ କରାଇଥିଲେ । ବିଶ୍ୱର କଲ୍ୟାଣ ପାଇଁ ଭାରତ ନିଜର ସାଧ୍ୟମତେ କରୋନା ଲଢେଇରେ ସାହାଯ୍ୟ ସହଯୋଗ କରିବ ବୋଲି ମୋଦୀ ଜର୍ମାନ ଚାନ୍‌ସେଲରଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଜର୍ମାନୀ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶରେ କରୋନା ସଂକ୍ରମଣର ନୂଆ ଲହରକୁ ସଫଳତାର ସହ ରୋକାଯାଇଥିବାରୁ ଏଥିପାଇଁ ସେ ଚାନ୍‌ସେଲରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

Amid farmers' protests, PM Modi hails new farm laws
Mint

ଜର୍ମାନୀ ଆନ୍ତର୍ଜାତିକ ସୌରମେଣ୍ଟରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ସ୍ୱାଗତ କରିଥିଲେ । ଜର୍ମାନୀ ସହ ବିପର୍ଯ୍ୟୟ ନିରୋଧୀ ମିଳିତ ମଞ୍ଚରେ ମିଶି କାମ କରିବା ପାଇଁ ଭାରତ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ ।  ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତବର୍ଷ ଭାରତ-ଜର୍ମାନ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କର ୭୦ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏହାଛଡା ଦୁଇଦେଶ ମଧ୍ୟ ରଣକୌଶଳାତ୍ମକ ଅଂଶୀଦାରୀର ୨୦ ବର୍ଷ ପାଳନ କରିବେ । ଦୁଇଦେଶ ମଧ୍ୟରେ ଚଳିତବର୍ଷ ଆନ୍ତଃ ସରକାରୀ ପରାମର୍ଶ ବା ଆଇଜିସିର ଯେଉଁ ଷଷ୍ଠ ବୈଠକ ବସିବ ତାହାକୁ ଆଗୁଆ ଆୟୋଜିତ କରିବାକୁ ଉଭୟ ନେତା ରାଜି ହୋଇ ଏଥିପାଇଁ ମଧ୍ୟ କାର୍ଯ୍ୟସୂଚୀ ଚୂଡାନ୍ତ କରିବାକୁ ଏକମତ ହୋଇଛନ୍ତି ।

ସମ୍ବନ୍ଧିତ ଖବର