ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ନୂଆ ବିମାନ ଟେକ୍ସାସ୍ରୁ ଉଡ଼ାଣ କରି ଭାରତରେ ଆସି ପହଞ୍ଚିଛି। ଏହି ବୋଇଂ ୭୭୭ ବିମାନ ଟେକ୍ସାସ୍ର ବୋଇଙ୍ଗ୍ ପ୍ରତିରକ୍ଷା ଘାଟିରୁ ଉଡ଼ାଣ କରି ଆଜି ଦିଲ୍ଲୀରେ ପହଞ୍ଚିଛି। ବୋଇଂ ୭୭୭ର ଏହି ପ୍ରଥମ ଭିଭିଆଇପି ବିମାନ ଆସନ୍ତା ମାସରୁ ଆନୁଷ୍ଠାନିକ ଭାବେ ସେବାରେ ଲାଗିବ। । ଉଲ୍ଲେଖଯୋଗ୍ୟ ଦୀର୍ଘ ୨୫ ବର୍ଷରୁ ଅଧିକ ବର୍ଷ ଧରି ଏୟାର ଇଣ୍ଡିଆର ବୋଇଂ ୭୪୭ ଭିଭିଆଇପି ବିମାନ ବିଶ୍ବର ବିଭିନ୍ନ ସ୍ଥାନକୁ ଉଡ଼ାଣ କରିଛି। ତେବେ ଏହି ବିମାନ ସ୍ଥାନରେ ୨ଟି ବି-୭୭୭ ଭିଭିଆଇପି ବିମାନ ଭିଭିଆଇପିମାନଙ୍କ ପାଇଁ କାର୍ଯ୍ୟ କରିବ। ଏୟାର ଇଣ୍ଡିଆର ୪ ଜଣ ପାଇଲଟ୍ ମାତ୍ର ୧୫ ଘଣ୍ଟାରୁ ଅଧିକ ସମୟ ମଧ୍ୟରେ ୧୩ ହଜାର କିମି ବାଟ ବି-୭୭୭ ଉଡ଼ାଇ ଟେକ୍ସାସ୍ରୁ ଦିଲ୍ଲୀ ଆସି ପହଞ୍ଚିଥିଲେ। ଏହି ନୂଆ ଭିଭିଆଇପି ବିମାନର ନାମ 'ଏୟାର ଇଣ୍ଡିଆ ୱାନ୍' ରହିବ।
ଭାରତକୁ ମିଳିଲା ନୂଆ ଭିଭିଆଇପି ବିମାନ
/sambad/media/post_attachments/wp-content/uploads/2020/10/air-craft.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)