ଅହମଦାବାଦ: ଜୁନ ୧୨ ତାରିଖ ଅପରାହ୍ନରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ମିନିଟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଦୁର୍ଘଟଣାଗ୍ରସ୍ତ ବିମାନରେ ମୋଟ ୨୪୨ ଜଣ ଯାତ୍ରୀଥିଲେ। ଯେଉଁଥିରେ ଦୁଇଜଣ ପାଇଲଟ ଏବଂ ୧୨ଜଣ କ୍ରୁ ସଦସ୍ୟ ମଧ୍ୟ ଥିଲେ। ଜଣେ ଯାତ୍ରୀଙ୍କୁ ଛାାଡ଼ି ଦେଲେ ବାକି ୨୪୧ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହି ମୃତକଙ୍କ ମଧ୍ୟରେ ପାଇଲଟ ସୁମିତ ସବରୱାଲ ବି ସାମିଲ ଥିଲେ। ଯାହାଙ୍କର ୮୨୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିଲା।
କ୍ୟାପ୍ଟେନ୍ ସୁମିତ ସବରୱାଲଙ୍କୁ "ଶେଷ ସଲାମୀ" ଦେଇ ଏବଂ ତାଙ୍କୁ ଜଣେ "ଅସାଧାରଣ ବିମାନ ଚାଳକ" ଭାବରେ ସ୍ୱାଗତ କରି, ଏୟାର ଇଣ୍ଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରିଛି।
A Final Salute to Captain Sabharwal
— Air India (@airindia) June 17, 2025
With profound grief and heavy hearts, we bid farewell to Captain Sabharwal - an exceptional aviator, a dedicated professional, and a beloved member of the Air India family.
Captain Sabharwal’s unwavering commitment to the skies and his quiet…
ଏୟାର ଇଣ୍ଡିଆ ସୁମିତଙ୍କ ପାଇଁ ସେୟାର କରିଥିବା ପୋଷ୍ଟରେ ଲେଖିଛି "ରିପ କ୍ୟାପ୍ଟେନ୍। ତୁମେ ସର୍ବଦା ମନେ ରହିବ। ଗଭୀର ଦୁଃଖ ଏବଂ ଭାରାକ୍ରାନ୍ତ ହୃଦୟ ସହିତ ଆମେ ତୁମକୁ ବିଦାୟ ଦେଉଛି। ଆପଣ ଏୟାର ଇଣ୍ଡିଆର ଜଣେ ପ୍ରିୟ ସଦସ୍ୟ ଥିଲେ।’
ସ୍ଥାନୀୟଲୋକଙ୍କ କହିବାନୁସାରେ, ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଲୋକେ ସୁମିତଙ୍କୁ ବାସ୍ତବ ହିରୋର ଆଖ୍ୟା ଦେଇଛନ୍ତି। କାରଣ ସୁମିତ ଜାଣି ଯାଇଥିଲେ ଆଗକୁ ଯାଇ ବିମାନ ନିଶ୍ଚିୟ ଦୁର୍ଘଟଣାଗ୍ରସ୍ତ ହେବ। ଏହାକୁ ଆଉ ଆୟତ୍ତ କରାଯାଇ ପାରିବ ନାହିଁ।
ତଥାପି ସେ ନିଜର ପାରୁପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଥିଲେ। ବିମାନଟି ତଳକୁ ତଳ ଖସୁଥିବା ଦେଖି ସୁମିତ ଯାତ୍ରା ଦିଗକୁ ପରିବର୍ତ୍ତନ କରି ମେଡିକାଲ କଲେଜ ହଷ୍ଟେଲ ମୁହାଁ କରିଥିଲେ। ଫଳରେ କିଛିଦୂରରେ ଜନବସତିପୂର୍ଣ୍ଣ ସ୍ଥାନରେ ବିମାନଟି ମାଡ଼ ଖାଇବାରୁ ବର୍ତ୍ତି ଯାଇଥିଲା। ଉକ୍ତ ସ୍ଥାନରେ ଅତିକମରେ ୨୦୦୦ଲୋକ ବସବାସ କରୁଥିବା ଜଣାପଡ଼ିଛି।