ଜାତିସଂଘ: ଜାତିସଂଘର ସାଧାରଣ ପରିଷଦ୍‌ରେ ୟୁକ୍ରେନ୍‌ର ୪ଟି ଅଞ୍ଚଳ ଉପରେ ମସ୍କୋର ବେଆଇନ ବିଜୟକୁ ନିନ୍ଦା କରିବା ପାଇଁ ଆଗତ ଚିଠା ପ୍ରସ୍ତାବନା ଉପରେ ଗୁପ୍ତ ଭୋଟ୍‌ କରିବା ଲାଗି ମସ୍କୋ କରିଥିବା ଯୋଜନାକୁ ସୋମବାର ଦିନ ପ୍ରତ୍ୟାଖ୍ୟାନ କରି ଭାରତ ଶତାଧିକ ଦେଶ ସହ ମୁକ୍ତ ଭୋଟ୍‌ ସପକ୍ଷରେ ମତ ଦେଇଛି।

Advertisment

ଏହି ପ୍ରସ୍ତାବନା ଉପରେ ଗୁପ୍ତ ବାଲଟ୍‌ କରିବା ଲାଗି ରୁଷ୍‌ ଦାବି କରୁଥିଲା। କିନ୍ତୁ, ଭାରତ ସମତେ ଜାତିସଂଘର ୧୦୭ ସଦସ୍ୟ ରାଷ୍ଟ୍ର ପଞ୍ଜିକରଣ ଭୋଟ୍‌ ସପକ୍ଷରେ ଭୋଟ୍‌ ଦେବାରୁ ରୁଷ୍‌ର ଯୋଜନା ସଫଳ ହେଲାନାହିଁ। ଗୁପ୍ତ ବାଲଟ୍‌ ନିମନ୍ତେ ରୁଷ୍‌କୁ ମାତ୍ର ୧୩ ଦେଶ ସମର୍ଥନ କଲା ବ‌େଳେ ୩୯ ରାଷ୍ଟ୍ର ନିରବ ରହିଥିଲେ।

publive-image Image Courtesy of Outlook India

ରୁଷ୍‌ ଦଖଲ କରିଥିବା ଦୋନେତ୍‌ସ୍କ, ଖେର୍ସୋନ୍‌, ଲୁହାନ୍‌ସ୍କ ଏବଂ ଜାପୋରଝିଆ ନାମରେ ୟୁକ୍ରେନ୍‌ର ୪ଟି ଅଞ୍ଚଳକୁ ବେଆଇନ ବିଜୟ ବୋଲି ସିଦ୍ଧ କରିବା ଲାଗି ଅକ୍ଟୋବର ୧୦ ତାରିଖରେ ୧୩୯ ସଦସ୍ୟବିଶିଷ୍ଟ ଜାତସଂଘ ସାଧାରଣ ପରିଷଦ୍‌ରେ ଆଲ୍‌ବାନିଆ ପ୍ରସ୍ତାବ ଆଗତ କରିଥିଲା। କିନ୍ତୁ, ପଞ୍ଜିକୃତ ଭୋଟ୍‌ ଉପରେ ମସ୍କୋ ଆପତ୍ତି ଉଠାଇ ଗୁପ୍ତ ବାଲଟ୍‌ କରିବାକୁ ଅନୁରୋଧ କରିଥିଲା। କିନ୍ତୁ, ଭାରତ ସମେତ ୧୦୭ ରାଷ୍ଟ୍ର ଏହା ଉପରେ ମୁକ୍ତ ମତଦାନକୁ ସମର୍ଥନ କରିଥିଲେ।

ଏହି ପ୍ରସ୍ତାବନା ଉପରେ ପଞ୍ଜିକୃତ ବା ମୁକ୍ତ ଭୋଟ୍‌ କରାଯିବ ବୋଲି ଗୃହୀତ ହେବା ପରେ ରୁଷ୍‌ ସାଧାରଣ ପରିଷଦ୍‌ର ଅଧ୍ୟକ୍ଷଙ୍କ ରାୟ ଉପରେ ଆପତ୍ତି ଉଠାଇ ପୁନର୍ବିଚାର ପାଇଁ ଅନୁରୋଧ କରିଥିଲା। ଏତେ ସଂଖ୍ୟକ ରାଷ୍ଟ୍ର ଗୁପ୍ତ ଭୋଟ୍‌କୁ ବିରୋଧ କରୁଥିବାରୁ ରୁଷ୍‌ର ଅନୁରୋଧ ରକ୍ଷା କରାଯାଇ ପାରିଲା ନାହିଁ।