ପ୍ରଥମ ସ୍ଥାନରେ ଭାରତ: କରୋନା ଟିକା ଦେବାରେ ଆମେରିକାକୁ ପଛରେ ପକାଇଲା

ନୂଆଦିଲ୍ଲୀ: ଆମେରିକାକୁ ଆଜି ପଛରେ ପକାଇଛ ଭାରତ। କରୋନା ଟିକା ଦେବାରେ ସବୁ ଦେଶଠାରୁ ଭାରତ ଆଗରେ ରହିଛି। ଆଜି ଏନେଇ କେନ୍ଦ୍ର ସରକାର ଜଣାଇଛନ୍ତି। ଭାରତରେ ଗୋଟେ ଦିନରେ ୩୦,୯୩,୮୬୧ଜଣଙ୍କୁ ଟିକା ଦିଆଯାଉଥିବା ବେଳେ ଆମେରିକାରେ ୨୯,୯୮,୫୩୩ଜଣଙ୍କୁ ଟିକା ଦିଆଯାଉଛି। ଏହି ଦୁଇଟି ଦେଶ ପଛକୁ ରହିଛି ବ୍ରାଜିଲ, ଯେଉଁଠି ଗୋଟେ ଦିନରେ ୬, ୪୬,୮୬୫ଜଣଙ୍କୁ ଟିକା ଦିଆଯାଉଛି। ଦେଶରେ ସମୁଦାୟ ୮.୭୦ କୋଟି ଡୋଜ ଲୋକଙ୍କୁ ଦିଆଯାଇ ସାରିଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଆଜି ସକାଳ ୭ଟା ପର୍ଯ୍ୟନ୍ତର ରିପୋର୍ଟ ଅନୁଯାୟୀ, ୧୩,୩୨,୧୩୦ ସେସନ ମାଧ୍ୟମରେ ୮,୭୦,୭୭,୪୭୪ ଟିକା ଡୋଜ ଦିଆଯାଇଛି। ଏଥିମଧ୍ୟରେ ପ୍ରଥମେ ଡୋଜ ନେଇଛନ୍ତି ୮୯,୬୩,୭୨୪ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ ଦ୍ୱିତୀୟ ଡୋଜ ନେଇଛନ୍ତି ୫୩,୯୪,୯୧୩ ସ୍ୱାସ୍ଥ୍ୟ ସେବା କର୍ମଚାରୀ। ଏହା ସହ ୯୭,୩୬,୬୨୯ ଫ୍ରଣ୍ଟଲାଇନ କର୍ମଚାରୀ ପ୍ରଥମ ଡୋଜ ନେଇଥିବା ବେଳେ, ୪୩,୧୨,୮୨୬ ଫ୍ରଣ୍ଟଲାଇନ କର୍ମଚାରୀ ଦ୍ବିତୀୟ ଡୋଜ ନେଇଛନ୍ତି।

India Goes Past US, Becomes Fastest Nation In Administering COVID-19 Vaccine: Centre
ndtv

ଏହା ବ୍ୟତୀତ ୬୦ବର୍ଷରୁ ଅଧିକ ୩,୫୩,୭୫,୯୫୩ ଏବଂ ୧୦,୦୦,୭୮୭ ହିତାଧିକାରୀଙ୍କୁ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ଦିଆଯାଇଥିବାବେଳେ ୪୫ରୁ ୬୦ବର୍ଷ ବୟସ୍କ ୨,୧୮,୬୦,୭୦୯ ଏବଂ ୪,୩୧,୯୩୩ ହିତାଧିକାରୀଙ୍କୁ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ଦିଆଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୩୩ଲକ୍ଷରୁ ଅଧିକ ଡୋଜ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର