ବିବାହ ପାଇଁ ଭାରତରୁ ପାଦରେ ଚାଲିଚାଲି ନେପାଳରେ ପହଞ୍ଛିଲେ ଯୁବକ

ଆଗ୍ରା: ବିବାହ ପାଇଁ ଭାରତରୁ ନେପାଳ ଗଲେ ଯୁବକ | ତେବେ ଯୁବକ ଜଣକ ଏଥିପାଇଁ କୌଣସି ଗାଡି ବ୍ୟବହାର କରିନଥିଲେ, ବରଂ ପାଦରେ ଚାଲି ଚାଲି ଯାଇ ନେପାଳରେ ପହଂଚିଥିଲେ | ଭାରତ-ନେପାଳ ସୀମା ଝୁଲନିପୁରରେ କିଛି ଏଭଳି ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ରାମପୁରମିର ପ୍ରଦୀପ ଚୌହାନଙ୍କ ପୁଅର ବିବାହ ନେପାଳର ନାୱାଲପାରାସିର ଗୋକୁଲନଗର ଗ୍ରାମର ରାଜେନ୍ଦ୍ର ଚୌହାନଙ୍କ ଝିଅ ସହ ସ୍ଥିର ହୋଇଥିଲା |

ତେବେ କାର୍ଯ୍ୟସୂଚୀ ଅନୁଯାୟୀ, ଯେତେବେଳେ ବର ବିବାହ ପାଇଁ ସୀମାରେ ପହଞ୍ଚିଥିଲେ, କରୋନା ନିଷେଧାଦେଶ ହେତୁ ତାଙ୍କୁ ନେପାଳ ସୀମା ଭିତରକୁ ଗାଡି ପ୍ରବେଶ ପାଇଁ ଅନୁମତି ମିଳିନଥିଲା |

ଏହା ପରେ ବର ପାଦରେ ଚାଲି ଚାଲି ସୀମା ପାର ହୋଇଥିଲେ | ଆଉ ନେପାଳର ଗୋକୁଲନଗରରେ ପହଂଚି ବିବାହ କରିଥିଲେ | ତେବେ ନିଜ ଭାବି ସ୍ୱାମୀଙ୍କର ଏଭଳି ଭଲ ପାଇବା କନ୍ୟାଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଥିଲା | ଆଉ ବିବାହ ପରେ ଉଭୟ ବର-କନ୍ୟା ପାଦରେ ଚାଲି ଚାଲି ଭାରତ-ନେପାଳ ସୀମା ଯାଏଁ ଆସିଥିଲେ | ପରେ ଭାରତ ସୀମାରୁ ଗାଡି ଯୋଗେ ନିଜ ଘରକୁ ଆସିଥିଲେ |

ସମ୍ବନ୍ଧିତ ଖବର