ନୂଆଦିଲ୍ଲୀ : ଭାରତ ପାଖରେ ଆବଶ୍ୟକଠାରୁ ୩ ଗୁଣ ଅଧିକ ହାଇଡ୍ରୋକ୍ସିକ୍ଲୋରକ୍ବିନ୍ ଗଚ୍ଛିତ ଅଛି। ଭାରତରେ ଏବେ ପ୍ରାୟ ୩.୨୮ କୋଟି ମ୍ୟାଲେରିଆ ଟ୍ୟାବ୍ଲେଟ ଅଛି। ସମ୍ପୂର୍ଣ୍ଣ ଏକ ମାସର ଆବଶ୍ୟକତାକୁ ଏହା ପୂରଣ କରିପାରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭାରତରେ ଗଚ୍ଛିତ ଥିବା ହାଇଡ୍ରୋକ୍ସିକ୍ଲୋରକ୍ବିନ୍କୁ ଭଲଭାବେ ଆକଳନ କରିବାପରେ ବିଦେଶକୁ ଔଷଧ ପଠାଇବାପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିଛନ୍ତି। ଭାରତରେ ଗଚ୍ଛିତ ଥିବା ଅତିରିକ୍ତ ଔଷଧକୁ ବିଦେଶକୁ ରପ୍ତାନୀ ପାଇଁ ମନ୍ତ୍ରୀ ଗୋଷ୍ଠୀ ବୈଠକରେ ନିଷ୍ପତ୍ତି ହୋଇଥିଲା ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଆମକୁ ଘରୋଇ ବ୍ୟବହାର ପାଇଁ ୧ କୋଟି ହାଇଡ୍ରୋକ୍ସିକ୍ଲୋରକ୍ବିନ୍ ଆବଶ୍ୟକ ହେବ। କିନ୍ତୁ ଆମ ପାଖରେ ୩.୨୮ କୋଟିରୁ ଅଧିକ ଟାବଲେ୍ଟ ରହିଛି।
ଦେଶରେ ପର୍ଯ୍ୟାପ୍ତ ହାଇଡ୍ରୋକ୍ସିକ୍ଲୋରକ୍ବିନ୍ ଅଛି : ଲବ ଅଗ୍ରୱାଲ୍
୩.୨୮କୋଟି ଟାବ୍ଲେଟ ଗଚ୍ଛିତ
/sambad/media/post_attachments/wp-content/uploads/2020/04/hydroxychloroquine-tablet.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)