ଭାରତରେ ୭,୫୬୯ ପ୍ରକାର କରୋନା ଭୂତାଣୁ ଚିହ୍ନଟ କରାଯାଇଛି : ଅଧ୍ୟୟନ

ହାଇଦ୍ରାବାଦ୍: ନୋବେଲ କରୋନାଭାଇରସ୍ ଏଭଳି ଏକ ଭୂତାଣୁ, ଯାହାର ଶହ ଶହ ପରିବର୍ତ୍ତିତ ରୂପ ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ବିଶ୍ବରେ କୋଟି କୋଟି ଲୋକ ଏହା ଦ୍ବାରା ସଂକ୍ରମିତ ହୋଇଥିଲେ। ପ୍ରଥମେ ଭୂତାଣୁର ଗୋଟେ ଷ୍ଟ୍ରେନ ଦ୍ବାରା ଲୋକେ ଆକ୍ରାନ୍ତ ହେଉଥିବା କଥା ବୈଜ୍ଞାନିକମାନେ ଭାବୁଥିବା ବେଳେ ପ‌ରେ ଭୂତାଣୁର ଭିନ୍ନ ଭିନ୍ନ ରୂପ ବା ଷ୍ଟ୍ରେନ୍ ସାମ୍ନାକୁ ଆସିଥିଲା।

ଚୀନର ଉହାନରୁ ଭାରତକୁ କରୋନା ଭୂତାଣୁ ଆସିବା ପରେ କେବଳ ଭାରତରେ ଏହାର ୭,୫୬୯ରୁ ଅଧିକ ପ୍ରକାର ଷ୍ଟ୍ରେନ୍  ତାଲିକାଭୁକ୍ତ କରାଯାଇଛି। ହେଲେ ଦେଶର ବୈଜ୍ଞାନିକମାନଙ୍କ ଦ୍ବାରା କରୋନା ଭୂତାଣୁର ସମସ୍ତ ପ୍ରକାରଗୁଡ଼ିକର ଜେନମ ସିକ୍ୟୁଏନସିଂ କରାଯାଇ ନାହିଁ। ସେଣ୍ଟର ଫର ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (ସିସିଏମବି) ର ବୈଜ୍ଞାନିକମାନଙ୍କ ଏକ ଅନୁସନ୍ଧାନ ଅନୁଯାୟୀ, ଦେଶରେ କରୋନା ଭୂତାଣୁର ୭,୫୬୯ ପ୍ରକାର ଷ୍ଟ୍ରେନ୍ ରହିଛି। କେବଳ ସିସିଏମବି ବୈଜ୍ଞାନିକମାନେ ୫,୮୯୮ କରୋନାଭାଇରସ୍ ପ୍ରକାର ଏବଂ ସେଗୁଡିକ କିପରି ବିକଶିତ ହୋଇଛି ତାହାର ବିଶ୍ଳେଷଣ କରିଛନ୍ତି।

Image result for India host to 7,569 corona mutants
Moneycontrol

“ବିଶ୍ୱରେ ଅନେକ ଦେଶକୁ ଚିନ୍ତିତ କରିଥିବା କରୋନା ଭୂତାଣୁର ପରିବର୍ତ୍ତିତ ପ୍ରକାରଗୁଡିକର ପ୍ରଭାବ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କମ୍ ରହିଛି। ବିଭିନ୍ନ ରାଜ୍ୟରେ କରୋନା ଭୂତାଣୁର ଭିନ୍ନ ଭିନ୍ନ ଷ୍ଟ୍ରେନ୍ ବ୍ୟାପୁଥିବା ଦେଖାଯାଉଛି। ଏନ୪୪୦କେ ଭୂତାଣୁ ଭାରତର ଦକ୍ଷିଣ ରାଜ୍ୟରେ ଅଧିକ ବ୍ୟାପୁଥିବା ଦେଖିବାକୁ ମିଳିଛି। ଏହାର ବିସ୍ତାରକୁ ସଠିକ୍ ଭାବରେ ବୁଝିବା ପାଇଁ ଅନୁସନ୍ଧାନ ଆବଶ୍ୟକ ବୋଲି ସିସିଏମବି ନିର୍ଦ୍ଦେଶକ ଡାକ୍ତର ରାକେଶ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର