ଵାସିଂଟନ : ବିଶ୍ବ ବୈଜ୍ଞାନିକ ଜ୍ଞାନ ସମ୍ଭାରକୁ ଭାରତର ଅବଦାନ ସମ୍ପର୍କରେ ସମସ୍ତେ ଜାଣିଛନ୍ତି ଏବଂ ସେହି ଜ୍ଞାନକୌଶଳ ହିଁ ଏବେ କୋଭିଡ୍-୧୯ ନିବାରଣ ଓ ଯତ୍ନ ଦିଗରେ ସହାୟକ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରମୁଖ ଭେଷଜ ପରାମର୍ଶଦାତା ଡା. ଆନ୍ଥୋନି ଫୌସି କହିଛନ୍ତି। ଆମେରିକା-ଭାରତ ରଣନୀତିକ ଭାଗୀଦାର ମଞ୍ଚ(ୟୁସିଆଇଏସ୍ପିଏଫ୍)ରେ ସ୍ବାସ୍ଥ୍ୟ ସହଯୋଗ ଉପରେ ଆୟୋଜିତ ଏକ ୱେବିନାର୍ରେ ବକ୍ତବ୍ୟ ରଖି ଡା. ଫୌସି ଭାରତ ସାମନା କରୁଥିବା ସ୍ବାସ୍ଥ୍ୟ ସଂକଟଜନକ ସ୍ଥିତି ପ୍ରତି ତାଙ୍କର ସହାନୁଭୂତିକୁ ସମସ୍ତେ ଗ୍ରହଣ କରିବାକୁ ପଡ଼ିବ ବୋଲି କହିଛନ୍ତି। କିଛି ମାସ ତଳେ କୋଭିଡ୍ ଟିକା ଉପଲବ୍ଧ ନହେଉଥିବା ସମୟରେ ଆମେରିକା ମଧ୍ୟ ଅନୁରୂପ ସ୍ଥିତିର ସମ୍ମୁଖୀନ ହୋଇଥିଲା। ଅତୀତରେ ଭାରତର ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ(ଏନ୍ଆଇଏଚ୍) ଓ ଭାରତୀୟ ଭେଷଜ ଗବେଷଣା ପରିଷଦ ଗୁରୁତ୍ବପୂର୍ଣ୍ଣ ବୈଜ୍ଞାନିକ ତଥା ସାର୍ବଜନୀନ ସ୍ବାସ୍ଥ୍ୟ ଭିତ୍ତିକ ଆବିଷ୍କାର କରିବାରେ ଆମେରିକାକୁ ସହଯୋଗ କରିଛନ୍ତି। ସେହି ଜ୍ଞାନକୌଶଳ ହିଁ ସରକାରଙ୍କ ଦୃଢ଼ ସମର୍ଥନ ତଥା ଉଦ୍ୟୋଗୀ ଜୈବ-ଭେଷଜ ଘରୋଇ କମ୍ପାନିମାନଙ୍କ ଉଦ୍ୟମରେ ଏବେ କୋଭିଡ୍ ନିବାରଣ ପାଇଁ ବାଟ ବାହାର କରିପାରିଛି ବୋଲି ସେ କହିଛନ୍ତି।
କୋଭିଡ୍ ନିବାରଣରେ ଭାରତର ପ୍ରମୁଖ ଭୂମିକା ରହିଛି: ଆନ୍ଥୋନି ଫୌସି
/sambad/media/post_attachments/wp-content/uploads/2021/06/fauci.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)