ନୂଆଦିଲ୍ଲୀ: ଲଦାଖ କ୍ଷେତ୍ରରେ ଚୀନ୍ର ଅତିକ୍ରମଣ ରୋକିବା ପାଇଁ ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଏସ୍ ୪୦୦ ଏଠାରେ ମୁତୟନ ହୋଇସାରିଛି ଏବଂ ଏନ୍ୟ ସ୍ବଦେଶୀ କ୍ଷେପଣାସ୍ତ୍ର ମଧ୍ୟ ତୟାର ରହିଛି। ଏହା ସହିତ ଏଠାରେ ସାମରିକ ଅଭ୍ୟାସ ମଧ୍ୟ ଯଥାରୀତି ଚାଲିଛି। ଏଭଳି ସ୍ଥିତିରେ ଅତିକ୍ରମଣରେ ବିଫଳ ହେଉଥିବା ଚୀନ୍ ଗତ ମାସ ଶେଷ ସପ୍ତାହରେ ଏକ ଯୁଦ୍ଧ ବିମାନ ନିୟନ୍ତ୍ରଣ ରେଖା ନିକଟରେ ଉଡ଼ାଇଛି। ବର୍ତ୍ତମାନର ସ୍ଥିତିରେ ଯଦି କୌଣସି ଶତ୍ରୁ ରାଷ୍ଟ୍ରର ଯୁଦ୍ଧ ବିମାନ ଭାରତର ସୀମାରେ ପ୍ରବେଶ କରିବ ତା’ହେଲେ ଏସ୍-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥା ଦ୍ବାରା ତାହାକୁ ତତ୍କ୍ଷଣାତ ଧ୍ବଂସ କରିଦିଆଯିବ। ତେଣୁ ଚୀନ୍ କର୍ତ୍ତୃପକ୍ଷଙ୍କୁ ଭାରତ ଏ ନେଇ ସତର୍କ କରାଇ ଦେଇଛି। ୨୦୨୦ରେ ପୂର୍ବ ଲଦାଖରେ ଚୀନ୍ ସେନା ଯେଭଳି ଅତିକ୍ରମଣ କରିଥିଲା ତାହାର ପୁନରାବୃତ୍ତି ହେଲେ ପରିସ୍ଥିତି ଭୟାନକ ହେବ ବୋଲି ଭାରତ ସ୍ପଷ୍ଟ କରିଦେଇଛି। ତେବେ ଚୀନ୍ ତା’ର ରଣନୀତି ବଦଳାଇ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ସୀମା ଅଞ୍ଚଳରେ ନିଜ ବାୟୁସୀମା ଭିତରେ ଯୁଦ୍ଧ ବିମାନ ଉଡ଼ାଇବାରେ ଲାଗିଛି। ଭାରତ ମଧ୍ୟ ଲଦାଖରେ ଅତ୍ୟାଧୁନିକ ଯୁଦ୍ଧ ବିମାନ ମୁତୟନ କରି ଚୀନ୍ର ପ୍ରତ୍ୟେକଟି ଗତିବିଧି ଉପରେ ନଜର ରଖିଛି।
ଲଦାଖ ସେକ୍ଟରରେ ଭାରତର ସୁଦୃଢ଼ ଭିତ୍ତିଭୂମି: ଏସ୍-୪୦୦ ମୁତୟନ ପରେ ଚୀନ୍ର ରଣନୀତି ବଦଳୁଛି
/sambad/media/post_attachments/wp-content/uploads/2022/07/s4000.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)