ମହାମାରୀ ସମୟରେ ଭାରତ ବିଶ୍ବ ଏବଂ ଆଞ୍ଚଳିକସ୍ତରରେ ଟାଣୁଆ ନେତା ଭଳି କାର୍ଯ୍ୟ କରିଛି: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍

ନୂଆଦିଲ୍ଲୀ: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଦ୍ବାରା କଥାବାର୍ତ୍ତା ବେଳେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍‌ କହିଲେ ଯେ ମହାମାରୀ ସମୟରେ ଭାରତ ବିଶ୍ବସ୍ତରରେ ଏବଂ ଆଞ୍ଚଳିକସ୍ତରରେ ଟାଣୁଆ ନେତା ଭାବେ କାର୍ଯ୍ୟ କରିଛି। ଜି-୨୦ ଏବଂ ଇଣ୍ଡୋ-ପେସିଫିକ୍ ସହଭାଗିତା ମାଧ୍ୟମରେ ନେତୃତ୍ବ ପ୍ରଦର୍ଶନ କରି ଭାରତ ଏହା କରିପାରିଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ପାରସ୍ପାରିକ ହିତ ଏବଂ ମୂ‌ଲ୍ୟବୋଧକୁ ଆଧାର କରି ଭାରତ ଓ ଅଷ୍ଟ୍ରେଲିଆର ସମ୍ବନ୍ଧ ନିବିଡ଼ ତଥା ବ୍ୟାପକ। ଗବେଷଣା, ଶିକ୍ଷା ଏବଂ ବାଣିଜ୍ୟ କ୍ଷେତ୍ରରେ ଭାରତ ଏବଂ ଅଷ୍ଟ୍ରେଲିଆ ଏକତ୍ର କାର୍ଯ୍ୟ କରିବା ଆବଶ୍ୟକ।

ସାକ୍ଷାତ୍ ଆରମ୍ଭରେ ଉଭୟ ନେତା କୋଭିଡ୍-୧୯ ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ପ୍ରାର୍ଥନା କରିଥିଲେ।

କଥାବାର୍ତ୍ତା ବେଳେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମୋରିସନ୍ କହିଲେ କି, ସେ ସପରିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ବ୍ୟାକୁଳ। ଭାରତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମିଳିତ ହୋଇ ତାଙ୍କ ପରିବାର ଖୁସି ହେବେ ବୋଲି ସେ ଗୁରୁତ୍ବାରୋପ କରି କହିଛନ୍ତି।

 

ସମ୍ବନ୍ଧିତ ଖବର