ଚୀନ-ପାକିସ୍ତାନ ମେଣ୍ଟ ଭାରତ ପାଇଁ ବିପଦ : ଆମେରିକା

ଓ୍ଵାସିଂଟନ : ଚୀନ ଓ ପାକିସ୍ତାନର ବନ୍ଧୁତା ଭାରତ ପାଇଁ ଏକ ସତର୍କ ଘଣ୍ଟି ବୋଲି ଆମେରିକାର ଜଣେ କଂଗ୍ରେସ ସଦସ୍ୟ କହିଛନ୍ତି । ଉଭୟ ଦେଶ ଦକ୍ଷିଣ ଏସିଆର ସ୍ଥିରତା ଓ ଗଣତନ୍ତ୍ର ପ୍ରତି ବିପଦ ବୋଲି ସେ ଚେତାଇ ଦେଇଛନ୍ତି ।

ସେ କହିଛନ୍ତି ଚୀନ ପାକିସ୍ତାନର ସବୁ କୁକର୍ମର ସାକ୍ଷୀ ପାଲଟିଛି । ପାକିସ୍ତାନ ଇସ୍ଲାମୀୟ ଆତଙ୍କବାଦକୁ ସମର୍ଥନ ଦେଉଥିବାବେଳେ ଚୀନ ଏହାକୁ ସୁରକ୍ଷା ଦେବାରେ ଲାଗିଛି । କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜାରକୁ ଜାତିସଂଘରେ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଚୀନର ବିରୋଧ ଯୋଗୁଁ ସଫଳ ହୋଇପାରିନଥିଲା । ଇସ୍ଲାମୀୟ ଆତଙ୍କବାଦ ମାଧ୍ୟମରେ ପାକିସ୍ତାନ କେବଳ ନିଜର ପଡୋଶୀ ଦେଶ ନୁହେଁ ନିଜ ଲୋକମାନଙ୍କୁ ମଧ୍ୟ ଦମନ କରି ରଖିଛି । ପାକିସ୍ତାନ ସେନା ବେଲୁଚିସ୍ତାନ ଓ ସିନ୍ଧ ଅଂଚଳରେ ନିରୀହ ଲୋକମାନଙ୍କ ଉପରେ ଦମନ ଲୀଳା ଚଳାଇଛି ।

ଅନ୍ୟପକ୍ଷରେ ଚୀନ ପାକିସ୍ତାନରେ ସିପିଇସି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୫୦ ବିଲିୟନ ଡଲାର ନିବେଶ କରିଛି । ଏହା ଦ୍ୱାରା ସଡ଼କ ଭିତ୍ତିଭୂମି ଓ ବନ୍ଦର ନିର୍ମାଣ କରୁଛି । କିନ୍ତୁ ଧୀରେ ଧୀରେ ପାକିସ୍ତାନ ଚୀନ ଋଣ ବୋଝ ତଳେ ଦବିବାକୁ ବସିଛି ।

ସମ୍ବନ୍ଧିତ ଖବର