ଲଦାଖ୍‌ରେ ସୈନ୍ୟ ଶକ୍ତି ବଢ଼ାଇଲା ଭାରତ: ସୀମା ସୁରକ୍ଷା ପାଇଁ ୧୪୫ଟି ଏମ୍‌-୭୭୭ ତୋପ ମୁତୟନ ହେବ

ନୂଆଦିଲ୍ଲୀ: ଲଦାଖ୍‌ରେ ଚୀନ୍‌ ଏବଂ ପାକିସ୍ତାନ ପଟୁ ଆସୁଥିବା ଚ୍ୟାଲେଂଜର ମୁକାବିଲା ପାଇଁ ଭାରତ ଏବେ ସେନା ମୁତୟନ ପୁଣି ବଢ଼ାଇ ଦେଇଛି। ପ୍ରବଳ ଥଣ୍ଡା ଭିତରେ ବି ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇଛି । ଶୀତର ସୁଯୋଗରେ ଶତ୍ରୁ ରାଷ୍ଟ୍ରମାନଙ୍କ ଦ୍ବାରା ହେଉଥିବା ଯେ କୌଣସି ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ ଭାରୀ ଯୁଦ୍ଧାସ୍ତ୍ର ମଧ୍ୟ ମୁତୟନ କରାଯାଇଛି।

ଲଦାଖ୍‌ରେ ସୁରକ୍ଷା ସ୍ଥିତିକୁ ଅତ୍ୟନ୍ତ ସୁଦୃଢ଼ କରିବାକୁ ଭାରତ ୧୪୫ଟି ଅତ୍ୟାଧୁନିକ ହାଲୁକା ଏମ୍‌-୭୭୭ (ହୁଇଜର୍‌) ତୋପ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ଏହି ତୋପର ରେଂଜ୍‌ ୩୦ କିମି ରହିଛି ଏବଂ ୪୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାକୁ ମଧ୍ୟ ଏହା ସକ୍ଷମ ବୋଲି ଜଣାପଡ଼ିଛି । ଆଗାମୀ ଡିସେମ୍ବର ଶେଷ ସୁଦ୍ଧା ଭାରତ ଆମେରିକାଠାରୁ ଏହି ତୋପ ହାସଲ କରିବା ପରେ ଏହାକୁ ଚୀନ୍‌ ସୀମାରେ ମୁତାୟନ କରାଯିବ। ଲଦାଖ୍‌ ସହିତ ଅରୁଣାଚଳ ପ୍ରଦେଶର ସମ୍ବେଦନଶୀଳ ଅଂଚଳ ତଙ୍ଗାଙ୍ଗ, କାମେଙ୍ଗ ଏବଂ ବାଲୋଙ୍ଗ୍‌ରେ ମଧ୍ୟ ସେନା ମୁତୟନ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର