ନୂଆଦିଲ୍ଲୀ: କରୋନା ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ତୃତୀୟ ସ୍ଥାନକୁ ଆସିଯାଇଛି। ରୁଷକୁ ପଛରେ ପକାଇ ଭାରତ ବିଶ୍ବର ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶରେ ପରିଣତ ହୋଇଛି। ରାଜ୍ୟ ସରକାରଙ୍କ ତଥ୍ୟକୁ ନେଇ ରବିବାର ସଂଧ୍ୟା ସୁଦ୍ଧା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୯୦,୩୯୬ରେ ପହଞ୍ଚିଛି। ତେବେ ଆମେରିକାର ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ରିପୋର୍ଟ ଅନୁସାରେ ରୁଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୮୦,୨୮୩ ରହିଛି। ଭାରତ ଉପରେ ଅଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ଏବେ କେବଳ ଆମେରିକା ଓ ବ୍ରାଜିଲ ରହିଛନ୍ତି। ଆମେରିକାରେ ୨୮ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବ୍ରାଜିଲରେ ୧୫ ଲକ୍ଷରୁ ଅଧିକ ସଂକ୍ରମିତ ଠାବ ହୋଇଛନ୍ତି।
ରୁଷିଆକୁ ଟପିଲା ଭାରତ
/sambad/media/post_attachments/wp-content/uploads/2020/07/corona-in-america.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)