ଟିକାକରଣରେ ଆମେରିକାକୁ ଟପିଲା ଭାରତ

ନୂଆଦିଲ୍ଲୀ : ଟିକାକରଣରେ ଭାରତ ଆମେରିକାକୁ ଟପିଯାଇଛି। ଜାତୀୟ ଟିକାକରଣ ଯୋଜନା ଅଧୀନରେ ଭାରତ ଏଯାବତ୍‌ ୩୨କୋଟି ୩୬ ଲକ୍ଷ ‌ଟିକା ଡୋଜ୍‌ ଦେଇଥିବା ବେଳେ ଆମେରିକା ଜୁନ୍‌ ୨୮ ସୁଦ୍ଧା ୩୨ କୋଟି ୩୩ ଲକ୍ଷ କୋଭିଡ୍‌ ଡୋଜ୍‌ ଦେଇଛି। କେନ୍ଦ୍ରଦ୍ବାରା ରାଜ୍ୟମାନଙ୍କୁ ଏଯାବତ୍‌ ୩୧ କୋଟି ୬୯ଲକ୍ଷ ଟିକା ଡୋଜ୍‌ ଦିଆଯାଇଛି। ଏଥିମଧ୍ୟରୁ ଡୋଜ୍‌ ନଷ୍ଟ ହେବା ସହ ମୋଟ୍‌ ୩୦,୫୪,୧୭,୬୧୭ ଡୋଜ୍‌ ବ୍ୟବହାର ହୋଇଛି।

ଗୋଟିଏ ପଟେ ଭାରତ ଟିକାକରଣରେ ଆମେରିକାକୁ ଟପିଥିବା ବେଳେ ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପୂର୍ବ ପ୍ରତିଶ୍ରୁତିକୁ ପୁଣିଥରେ ଦୋହରାଇଛନ୍ତି। ସମସ୍ତଙ୍କୁ ମାଗଣା ଟିକା ଦିଆଯିବ ବୋଲି ମୋଦୀ ପୁଣିଥରେ ପ୍ରତିଶ୍ରୁତି ଦେଇଛନ୍ତି। ମୋଦୀ ସୋମବାର ଏକ ଟ୍ବିଟ୍‌ କରି କହିଛନ୍ତି, ଭାରତର ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଯେଉଁମାନେ ଏହି ଉଦ୍ୟମକୁ ସଫଳ କରୁଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୧୭,୨୧,୨୬୮ ଡୋଜ୍‌ ଟିକା ଦିଆଯାଇଛି।

ସମ୍ବନ୍ଧିତ ଖବର