ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ଭାରତ ‌ଦେଖିଛି କିନ୍ତୁ ବିଜେପି ଦେଖିନାହିଁ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କୋଭିଡ୍-୧୯ ଲକ୍‌ଡାଉନ୍‌ ମଧ୍ୟରେ ଘରେ ପହଞ୍ଚିବାକୁ ପ୍ରବାସୀ ଶ୍ରମଜୀବୀମାନେ ରାଜପଥରେ ଚାଲୁଥିବା ବେଳେ (ଅଧିକାଂଶ ଖାଲି ପାଦରେ) ଦେଶ କେମିତି ଯନ୍ତ୍ରଣାର ଦୃଶ୍ୟ ଦେଖୁଛି, ଗୁରୁବାର ଦିନ ଏହା ଉପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଲୋକପାତ କରିଛନ୍ତି।

ପ୍ରବାସୀ ଶ୍ରମଜୀବୀଙ୍କ ପ୍ରତି ଭିଡିଓ ବାର୍ତ୍ତାରେ ସୋନିଆ ଗାନ୍ଧୀ କହିଛନ୍ତି, ସେମାନଙ୍କ ଭୟ, ସେମାନଙ୍କ କାତର ସ୍ବର, ସେମାନଙ୍କ ପୀଡ଼ା ଦେଶରେ ସମସ୍ତେ ସମସ୍ତେ ଶୁଣିଲେ, ବୋଧହୁଏ ସରକାର ଶୁଣିପାରିଲେ ନାହିଁ।

Image Source: Republic World

କେନ୍ଦ୍ର ସରକାରଙ୍କ ଆଗରେ ଗରିବ, ପ୍ରବାସୀ ଶ୍ରମିକ, କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନ ଏବଂ ମଧ୍ୟବିତ୍ତ ବର୍ଗର ‌ଜନତାଙ୍କ ସ୍ବର ଉତ୍ତୋଳନରେ ସହାୟକ ହେବା ନିମନ୍ତେ କଂଗ୍ରେସ ଆରମ୍ଭ କରିଥିବା ‘ସ୍ପିକ୍ଅପ୍’ ଅଭିଯାନର ଏହି ଭିଡିଓ ହେଉଛି ଅଂଶବିଶେଷ।

ଅସୁବିଧା ପାର ହେବା ପାଇଁ ପ୍ରତି ଗରିବ ପରିବାରକୁ ଆଗାମୀ ଛଅ ମାସ ଯାଏଁ ୭, ୫୦୦ ଟଙ୍କା ଲେଖାଏଁ ଦେବାକୁ କଂଗ୍ରେସ ଅଧ୍ୟକ୍ଷା କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏହାଛଡ଼ା ସେମାନଙ୍କୁ ତୁରନ୍ତ ୧୦ ହଜାର ଟଙ୍କା ଲେଖାଏଁ ଦେବା ଉଚିତ ବୋଲି ମଧ୍ୟ ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଯୋଗୁଁ ହଠାତ୍‌ କାମ ହରାଇ ଥିବା ହଜାର ହଜାର ପ୍ରବାସୀ ଶ୍ରମଜୀବୀଙ୍କ ଘରବାହୁଡ଼ା ପାଇଁ ମାଗଣା ଏବଂ ନିରାପଦ ଯାତ୍ରା ସୁନିଶ୍ଚିତ କରାଇବା ଦରକାର। ଘରବାହୁଡ଼ା ଶ୍ରମିକଙ୍କ ନିମନ୍ତେ ମନରେଗାର କାର୍ଯ୍ୟ ଦିବସ ୨୦୦ ଦିନକୁ ବୃଦ୍ଧି କରିବାକୁ ମଧ୍ୟରେ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର