ନୂଆଦିଲ୍ଲୀ:ଆଜି ଭାରତ ସରକାର ଶ୍ରୀଲଙ୍କା ଓ ବାହାରିନକୁ ୬ଲକ୍ଷ କରୋନା ଟିକା ପଠାଇଛନ୍ତି। ଶ୍ରୀଲଙ୍କାକୁ ୫ଲକ୍ଷ ଓ ବାହାରିନକୁ ୧ଲକ୍ଷ ଟିକା ୨ଟି ସ୍ବତନ୍ତ୍ର ବିମାନ ଯୋଗେ ପଠାଯାଇଛି। ପଡୋଶୀ ଦେଶ ମଧ୍ୟରେ ସୁସମ୍ପର୍କ ରକ୍ଷା ନେଇ ଭାରତ ବିଭିନ୍ନ ରାଷ୍ଟ୍ରକୁ ଏବେ ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକା ଟିକା ଉପହାର ଦେଉଛି। ପ୍ରଥମ ଥର ପାଇଁ ପଶ୍ଚିମ ଏସିଆରେ ଥିବା ବାହାରିନକୁ ଭାରତ କୋଡିଭ୍ ମୁକାବିଲା ପାଇଁ ସହାୟତାର ହାତ ବଢାଇଛି। ବାହାରିନରେ ପ୍ରାୟ ୩ଲକ୍ଷ ୫୦ହଜାର ଭାରତୀୟ ବାସ କରୁଛନ୍ତି।
ଶ୍ରୀଲଙ୍କା ଓ ବାହାରିନକୁ ୬ଲକ୍ଷ କରୋନା ଟିକା ପଠାଇଲା ଭାରତ
/sambad/media/post_attachments/wp-content/uploads/2021/01/vaccine-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)