ଶ୍ରୀଲଙ୍କା ଓ ବାହାରିନକୁ ୬ଲକ୍ଷ କରୋନା ଟିକା ପଠାଇଲା ଭାରତ

ନୂଆଦିଲ୍ଲୀ:ଆଜି ଭାରତ ସରକାର ଶ୍ରୀଲଙ୍କା ଓ ବାହାରିନକୁ ୬ଲକ୍ଷ କରୋନା ଟିକା ପଠାଇଛନ୍ତି। ଶ୍ରୀଲଙ୍କାକୁ ୫ଲକ୍ଷ ଓ ବାହାରିନକୁ ୧ଲକ୍ଷ ଟିକା ୨ଟି ସ୍ବତନ୍ତ୍ର ବିମାନ ‌ଯୋଗେ ପଠାଯାଇଛି। ପଡୋଶୀ ଦେଶ ମଧ୍ୟରେ ସୁସମ୍ପର୍କ ରକ୍ଷା ନେଇ ଭାରତ ବିଭିନ୍ନ ରାଷ୍ଟ୍ରକୁ ଏବେ ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକା ଟିକା ଉପହାର ଦେଉଛି। ପ୍ରଥମ ଥର ପାଇଁ ପଶ୍ଚିମ ଏସିଆରେ ଥିବା ବାହାରିନକୁ ଭାରତ କୋଡିଭ୍‌ ମୁକାବିଲା ପାଇଁ ସହାୟତାର ହାତ ବଢାଇଛି। ବାହାରିନରେ ପ୍ରାୟ ୩ଲକ୍ଷ ୫୦ହଜାର ଭାରତୀୟ ବାସ କରୁଛନ୍ତି।

ସମ୍ବନ୍ଧିତ ଖବର