ନୂଆଦିଲ୍ଲୀ: ସୁନାମି ପ୍ରପୀଡ଼ିତ ଇଣ୍ଡୋନେସିଆକୁ ଭାରତ ସହଯୋଗର ହାତ ବଢ଼ାଇଛି। ଏଥିପାଇଁ ‘ଅପରେସନ୍ ସୁନାମି ମୈତ୍ରୀ’ ଅଭିଯାନ ଆରମ୍ଭ କରିଛି ଭାରତ। ୨ଟି ବିମାନ ଏବଂ ନୌେସନା ବାହିନୀର ୩ଟି ଜାହାଜରେ ଇଣ୍ଡୋନେସିଆକୁ ରିଲିଫ୍ ସାମଗ୍ରୀ ପଠାଯାଇଛି। ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋେକା ୱିଡ଼ୋଡ଼ୋଙ୍କ ମଧ୍ୟରେ ଗତ ୧ ତାରିଖରେ ଟେଲିଫୋନ୍ ମାଧ୍ୟମରେ ଆଲୋଚନା ହେବା ପେର ଭାରତ ଇଣ୍ଡୋନେସିଆକୁ ରିଲିଫ୍ ପଠାଇଛି। ୨ଟି ବିମାନରେ ଡାକ୍ତରୀ ଦଳ, ମେଡିସିନ୍, ଜେନେରେଟର, ଟେଣ୍ଟ୍ ସାମଗ୍ରୀ ଏବଂ ପାଣି ପଠାଯାଇଛି। ସେହିପରି ଭାରତୀୟ େନୗସେନା ବାହିନୀର ୩ଟି ଜାହାଜରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଖାଦ୍ୟ ମଧ୍ୟ ପଠାଯାଇଛି। ଅପରପକ୍ଷେ ଇଣ୍ଡୋନେସିଆରେ ସୁନାମି ଜନିତ ମୃତ୍ୟୁସଂଖ୍ୟା ଏବେ ୧୪୦୦ରେ ପହଞ୍ଚିଛି।
ଇଣ୍ଡୋନେସିଆକୁ ସହଯୋଗର ହାତ ବଢ଼ାଇଲା ଭାରତ
/sambad/media/post_attachments/wp-content/uploads/2018/08/IndiaFlag-Picture.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)