ନୂଆଦିଲ୍ଲୀ: ରୁଷ୍ର ଆକ୍ରମଣରେ ଛାରଖାର ହୋଇଯାଇଥିବା ୟୁକ୍ରେନ୍କୁ ଭାରତ ଆଜି ମାନବୀୟ ସହାୟତା ପଠାଇଛି। ମେଡିସିନ୍, ମେଡିକାଲ୍ ଉପକରଣ ଏବଂ ଅନ୍ୟ ରିଲିଫ୍ ସାମଗ୍ରୀ ସହ ଆଜି ଭାରତର ପ୍ରଥମ ବିମାନ ପୋଲାଣ୍ଡ୍ ପହଞ୍ଚିଛି। ସେଠାରୁ ପୋଲାଣ୍ଡ ସହାୟତାରେ ସମସ୍ତ ସାମଗ୍ରୀ ୟୁକ୍ରେନ୍ ପଠାଇ ଦିଆଯିବ। ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଳା ଆଜି ଏ ବାବଦ ସୂଚନା ପ୍ରଦାନ କରିଛନ୍ତି। ଶ୍ରୀଙ୍ଗଳା କହିଛନ୍ତି, ଆଜି ସକାଳେ ପ୍ରଥମ ପର୍ଯ୍ୟାୟରେ ମାନବୀୟ ସହାୟତା ପୋଲାଣ୍ଡ୍ ଦେଇ ୟୁକ୍ରେନ୍ ପଠାଯାଇଛି। ଏଥିରେ ମେଡିସିନ୍, ବ୍ଲାାଙ୍କେଟ୍, ଟେଣ୍ଟ୍, ୱାଟର୍ ଷ୍ଟୋରେଜ ଟ୍ୟାଙ୍କ୍, ସ୍ଲିପିଂ ମ୍ୟାଟ୍ ଏବଂ ସର୍ଜିକାଲ ଗ୍ଲୋଭ୍ ରହିଛି। ଅନ୍ୟପକ୍ଷେ ଏନ୍ଡିଆରଏଫ୍ (ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ) ଭାରତୀୟ ବାୟୁସେନାର ହିଣ୍ଡନ ବାୟୁସେନା ଘାଟିକୁ ୧୦୦ ଟେଣ୍ଟ୍ ଏବଂ ୨୫୦୦ ବ୍ଲାଙ୍କେଟ୍ ଏବଂ ଚିକିତ୍ସା ସାମଗ୍ରୀ ପଠାଇଥିଲା। ସେଠାରୁ ଏକ ବିମାନ ଯୋଗେ ଏହି ମାନବୀୟ ସହାୟତା ୟୁକ୍ରେନ୍ର ପଡ଼ୋଶୀ ରାଷ୍ଟ୍ର ରୋମାନିଆ ପଠାଯାଇଛି। ଗତ ଫେବ୍ରୁଆରି ୨୪ ତାରିଖରୁ ରୁଷ୍ ୟୁକ୍ରେନ୍ରେ ଆକ୍ରମଣ ଆରମ୍ଭ କରିବା ପରଠାରୁ ୟୁକ୍ରେନରେ ଜଟିଳ ମାନବୀୟ ସଙ୍କଟ ଦେଖାଦେଇଛି। ତେଣୁ ଭାରତ ଏହି ସ୍ଥିତିର ମୁକାବିଲା ପାଇଁ ୟୁକ୍ରେନ୍କୁ ସହାୟତାର ହାତ ବଢ଼ାଇବାପାଇଁ ନିଷ୍ପତ୍ତି ନେଇଛି।
କିବ୍କୁ ମାନବୀୟ ସହାୟତା ପଠାଇଲା ଭାରତ: ପୋଲାଣ୍ଡ, ରୋମାନିଆ ଦେଇ ସାମଗ୍ରୀ ଯୁକ୍ରେନ୍ ପହଞ୍ଚିବ
/sambad/media/post_attachments/wp-content/uploads/2022/03/skfjskfsfsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)