ଦେଶର ସବୁଠାରୁ ବଡ଼ ରାବଣ ପୁତ୍ତଳିକାର ଜୋତାର ଉଚ୍ଚତା ୪୦ଫୁଟ ଓ ନିଶର ଲମ୍ବ ୨୪ ଫୁଟ, ଜାଣନ୍ତୁ ଉଚ୍ଚତା କେତେ ?

ଚଣ୍ଡିଗଡ଼: ଦେଶର ସବୁଠାରୁ ଉଚ୍ଚ ରାବଣକୁ ଦଶହରା ଦିନ ଚଣ୍ଡିଗଡ଼ରେ ପୋଡ଼ାଯିବା ଦେଖିବାକୁ ମିଳିବ। ଏହି ରାବଣର ଉଚ୍ଚତା ୨୨୧ ଫୁଟ ରହିଛି ବୋଲି କୁହାଯାଉଛି। ଧନାସ ଅଞ୍ଚଳରେ ପୋଡ଼ା ହେବାକୁ ଥିବା  ଏହି ରାବଣ ପୁତ୍ତଳିକାକୁ ତିଆରି କରିବା ପାଇଁ ୪୦ଜଣ କାରିଗର ଲାଗିଥିଲେ। ଏହି କାମ ଶେଷ କରିବା ପାଇଁ ୪୦ କାରିଗରଙ୍କୁ ୬ମାସର ସମୟ ଲାଗିଥିଲା। ରାବଣ ପୁତ୍ତଳିକା ଏତେ ବିଶାଳ ହୋଇଛି ଯେ ନିଶର ଲମ୍ବ ୨୪ଫୁଟ ରହିଥିବା ବେଳେ ଜୋତାର ଉଚ୍ଚତା ୪୦ ଫୁଟ ରହିଛି। ବାଉଁଶ ଓ ଲୁହା ସାହାଯ୍ୟରେ ଏହି ରାବଣ ପୁତ୍ତଳିକାକୁ ତିଆରି କରାଯାଇଛି।

ରାବଣର ଏହି ବିଶାଳ ପୁତ୍ତଳିକା ଆମ୍ବାଲାର ବରାଡାରେ ବସବାସ କରୁଥିବା ତେଜିନ୍ଦର ଚୌହ୍ଵାନ୍‌ ପ୍ରସ୍ତୁତ କରିଛନ୍ତି । ଚୌହ୍ଵାନ୍‌ଙ୍କ ନାମ ‘ଲିମ୍‌କା ବୁକ୍‌ ଅଫ୍‌ ଦ ରେକର୍ଡସ୍‌’ରେ ପୂର୍ବରୁ ରହି ସାରିଛି। ଦୀପାବଳି ପୂର୍ବରୁ ଏହି ରାବଣ ପୁତ୍ତଳିକାକୁ ଜଳାଯିବାର ଯୋଜନା ରହିଛି।

ଏହି  ରାବଣପୋଡ଼ି  ଇକୋ ଫ୍ରେଣ୍ଡଲି ହେବ । ଏଥିରେ ଲାଗିଥିବା ବାଣ ଶବ୍ଦ ତ କରିବ କିନ୍ତୁ ବାୟୁମଣ୍ଡଳକୁ ପ୍ରଦୂଷିତ କରିବ ନାହିଁ। ରାବଣ ଧରିଥିବା ଖଣ୍ଡାର ଉଚ୍ଚତା ୫୫ଫୁଟ ରହିଥିବା ବେଳେ ଓଜନ ୨ କୁଇଣ୍ଟାଲ ରହିଛି।

ସମ୍ବନ୍ଧିତ ଖବର