“ଏକ ବିଫଳ ଦେଶ ଆମକୁ ଗଣତନ୍ତ୍ରର ଶିକ୍ଷା ଦେଉଛି,” ଜାତିସଂଘରେ ପାକିସ୍ତାନକୁ ଭାରତର ଦୃଢ ଜବାବ

ନୂଆଦିଲ୍ଲୀ : ଜେନିଭାଠାରେ ଚାଲିଥିବା ଜାତିସଂଘ ମାନବ ଅଧିକାର ପରିଷଦ ବୈଠକର ୨ୟ ଦିନରେ ମଧ୍ୟ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇଛି । ତେବେ କାଲି ଭଳି ଆଜି ମଧ୍ୟ ଭାରତ ପାକିସ୍ତାନକୁ କଡା ଜବାବ ଦେଇଛି ।

“ଏକ ବିଫଳ ରାଷ୍ଟ୍ରଠାରୁ ବିଶ୍ୱ ଗଣତନ୍ତ୍ର ଓ ମାନବ ଅଧିକାର ବିଷୟରେ ଶିଖିବାର ଆବଶ୍ୟକତା ନାହିଁ । ଯେଉଁ ଦେଶରେ ଆତଙ୍କବାଦୀମାନେ ମୁକ୍ତଭାବରେ ବୁଲୁଛନ୍ତି ସେହି ଦେଶ ଭାରତରେ ମାନବଅଧିକାରର ସୁରକ୍ଷା ବାବଦରେ ପ୍ରବଚନ ଦେଉଛି ବୋଲି କହିଛନ୍ତି ଜେନିଭାରେ ଅବସ୍ଥାପିତ ଭାରତୀୟ ଉପସଚିବ ମିନି ଦେବୀ କୁମାମ କହିଛନ୍ତି ।

ସେ କହିଛନ୍ତି ଯେ ଭାରତ ଏବେ ମଧ୍ୟ ମୁମ୍ବାଇ, ପଠାନକୋଟ୍‌ ଓ ଉରି ଆକ୍ରମଣକାରୀଙ୍କ ବିରୋଧରେ ଭରଷାଯୋଗ୍ୟ ଦଣ୍ଡବିଧାନ ଲାଗି ଅପେକ୍ଷା କରିଛି । ଜାତିସଂଘର ଜେନିଭା ମିଶନରେ ପାକିସ୍ତାନର ଡେପୁଟି ସଚିବ ତାହିର ଅଣ୍ଡ୍ରାବିଙ୍କ ବକ୍ତବ୍ୟର ଜବାବ ରଖି ସେ ଏକଥା କହିଛନ୍ତି । ତାହିର କହିଥିଲେ ଯେ ଭାରତ ପକ୍ଷରୁ କାଶ୍ମୀର ଲୋକଙ୍କୁ ଆତ୍ମନିର୍ଦ୍ଧାରଣ କରିବାର ସୁଯୋଗ ଦେଉନାହିଁ ।

କୁମାମ କହିଥିଲେ ଯେ ପାକିସ୍ତାନ ସବୁବେଳେ ନିରାପତ୍ତା ପରିଷଦ ରିଜୋଲ୍ୟୁସନ କଥା କହୁଛି କିନ୍ତୁ ନିଜେ କୌଣସି ନିୟମ ମାନିନାହିଁ । ଜାତିସଂଘର ନିୟମ ଅନୁସାରେ ପାକିସ୍ତାନ ପ୍ରଥମେ ନିଜ ଅଧିକାରରେ ରଖିଥିବା କାଶ୍ମୀରକୁ ଛାଡିବା କଥା । କିନ୍ତୁ ତାହା କରିବାକୁ ପାକିସ୍ତାନ ଭୁଲି ଯାଉଛି ।

ସମ୍ବନ୍ଧିତ ଖବର