ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡକୁ ଭାରତ ସମେତ ୧୦ ଦେଶ ମନୋନୀତ

ଜେନିଭା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଭାରତ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବାକୁ ଯାଉଛି । ଭାରତ ସମେତ ୧୦ଟି ଦେଶ ସଂଗଠନର କାର୍ଯ୍ୟକାରୀ ବୋର୍ଡକୁ ମନୋନୀତ ହୋଇଛନ୍ତି । ଅନ୍ୟ ଦେଶମାନେ ହେଲେ ବତସ୍ୱାନା,କଲମ୍ବିଆ, ଘାନା, ଗିନିବିସୁ,ଋଷିଆ, ମାଡାଗାସ୍କର, ଓମାନ, ଦକ୍ଷିଣକୋରିଆ ଓ ବ୍ରିଟେନ । ଆସନ୍ତା ୨୨ ତାରିଖରେ ଏହି କାର୍ଯ୍ୟକାରୀ ବୋର୍ଡର ବୈଠକ ବସି ଏହାର ସଭାପତି, ଉପସଭାପତି, ରାପୋର୍ଟିୟର ଆଦି ନିର୍ବାଚନ ହେବ ବୋଲି ସଂଗଠନ ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା କରୋନା ଭାଇରସକୁ ବିଳମ୍ବରେ ବିଶ୍ୱ ମହାମାରୀ ଘୋଷଣା କରାଯିବାର ସ୍ୱାଧୀନ ତଦନ୍ତ ହେବ । ଏ ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ସଦସ୍ୟ ଦେଶମାନେ ରାଜି ହୋଇଛନ୍ତି । ଜେନିଭାଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତ ସମେତ ପ୍ରାୟ ଅଧ#କାଂଶ ସଦସ୍ୟରାଷ୍ଟ୍ର କରୋନା ମହାମାରୀ ମୁକାବିଲା ଲାଗି ସଂଗଠନର ପଦକ୍ଷେପ ଉପରେ ଏକ ସ୍ୱାଧୀନ ଓ ସାମଗ୍ରିକ ତଦନ୍ତ ପାଇଁ ରାଜି ହୋଇଛନ୍ତି । ଡବ୍ଲ&ୁଏଚଓ ମୁଖ୍ୟ ଜଷ୍ଟିନ ଟ୍ରୋଡସ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।
ସୋମବାରଦିନ ଆମେରିକା ରାଷ୍ଟ୍ରପତି କହିଥ#ଲେ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନ ସହିତ ହାତ ମିଳାଇ କରୋନା ମୁକାବିଲାକୁ ବିଳମ୍ବିତ କରିଥ#ଲା । ସେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ବାହାରିଯିବା ଓ ପା=ି ବନ୍ଦ କରିବାକୁ ଧମକ ଦେଇଥ#ଲେ ।

ସମ୍ବନ୍ଧିତ ଖବର