ନୂଆଦିଲ୍ଲୀ: ପ୍ରାୟ ୭୦୦ କୋଟି ଟଙ୍କା ମୂଲ୍ୟର ୭୨, ୪୦୦ଟି ଆସଲ୍ଟ୍ ରାଇଫଲ୍ ଖରିଦ କରିବା ଲାଗି ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ଏକ କମ୍ପାନି ସହ ସ୍ୱାକ୍ଷର କରିଥିବା କଥା ପ୍ରତିରକ୍ଷା ମନ୍ତ୍ରଳାୟର ଅଧିକାରୀମାନେ ମଙ୍ଗଳବାର ଦିନ କହିଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକୀୟ ସେନା ଓ ଅନ୍ୟ କେତେକ ଇଉରୋପୀୟ ଦେଶର ସେନାବାହିନୀରେ ବ୍ୟବହୃତ ହେଉଥିବା ଏଇ ରାଫଲ୍ଗୁଡ଼ିକ ଫାଷ୍ଟ୍-ଟ୍ରାକ୍ ପ୍ରୋକ୍ୟୋର୍ମେଣ୍ଟ୍ ପ୍ରସିଜୁଅର୍ ଅଧୀନରେ କିଣା ଯାଉଛି।
ଅଧିକାରୀମାନେ କହିଛନ୍ତି: ସିଗ୍ ସଉର୍ ଆସଲ୍ଟ୍ ରାଇଫଲ୍ ନିମନ୍ତେ ଫାଷ୍ଟ୍-ଟ୍ରାକ୍ ପ୍ରୋକ୍ୟୋର୍ମେଣ୍ଟ୍ ଅଧୀନରେ ଯୁକ୍ତରାଷ୍ଟ୍ର ଆମେରିକା ସହ ରାଜିନାମା ସ୍ୱାକ୍ଷର କରିଛି। ରାଜିନାମା ଅନୁଯାୟୀ, ଭାରତ ଯୁକ୍ତରାଷ୍ଟ୍ର ଆମେରିକୀୟ କମ୍ପାନି ସିଗ୍ ସଉର୍ ଠାରୁ ବର୍ଷେ ମଧ୍ୟରେ ପ୍ରାୟ ୭୨, ୪୦୦ଟି ୭. ୬୨ଏମ୍ଏମ୍ ରାଇଫଲ୍ ପାଇବ। ନୂତନ ଆସଲ୍ଟ୍ ରାଇଫଲ୍ଗୁଡ଼ିକର ମୂଲ୍ୟ ହେବ ପ୍ରାୟ ୭୦୦ କୋଟି ଟଙ୍କା।
ସିଗ୍ ସଉର୍ ରାଇଫଲ୍ କ୍ରୟ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏ ମାସର ପ୍ରାରମ୍ଭରେ ମଞ୍ଜୁରି ଦେଇଥିଲେ। ଚୀନ୍କୁ ଲାଗିଥିବା ୩, ୬୦୦ କିଲୋମିଟର୍ ଦୀର୍ଘ ସୀମାନ୍ତରେ ମୁତୟନ ହୋଇଥିବା ସୈନିକମାନେ ଏହି ରାଇଫଲ୍ଗୁଡ଼ିକୁ ବ୍ୟବହାର କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/ar-1.jpg)