ନୂଆଦିଲ୍ଲୀ : ନିତି ଆୟୋଗ ପକ୍ଷରୁ ଭାରତ ଉଦ୍ଭାବନ ସୂଚକାଙ୍କର ୩ୟ ସଂସ୍କରଣ ପ୍ରକାଶ ପାଇଛି । ଏହି ତାଲିକାର ନିଜ ନିଜ ବର୍ଗରେ କର୍ଣ୍ଣାଟକ, ମଣିପୁର ଓ ଚଣ୍ଡିଗଡ଼ ପ୍ରଥମ ସ୍ଥାନରେ ରହିଛନ୍ତି ।

Advertisment

ବୃହତ୍ ରାଜ୍ୟ ବର୍ଗରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ଥିବାବେଳେ ତେଲେଙ୍ଗାନା, ହରିୟାଣା ଓ ମହାରାଷ୍ଟ୍ର ଯଥାକ୍ରମେ ୨ୟ, ୩ୟ ଓ ୪ର୍ଥ ସ୍ଥାନରେ ରହିଛନ୍ତି । ମାତ୍ର ଏହି ତାଲିକାରେ ୧୬ତମ ସ୍ଥାନରେ ରହିଛି, ଯାହାକି ତାଲିକାରେ ତଳଆଡ଼ୁ ୨ୟ । ଓଡ଼ିଶା ତଳକୁ କେବଳ ଛତିଶଗଡ଼ ରହିଛି । ୧୫ ତମ ସ୍ଥାନରେ ଥିବା ବିହାର ଓଡ଼ିଶା ଉପରେ ରହିଛି ।

https://img-cdn.thepublive.com/filters:format(webp)/sambad/media/post_attachments/4f6c732b993ab88e7eccb44e8d0490c732e59ca256d96d68bef9164ce3d734f1.jpg

ଉତ୍ତରପୂର୍ବାଞ୍ଚଳ ଓ ପାହାଡ଼ିଆ ରାଜ୍ୟମାନଙ୍କ ମଧ୍ୟରୁ ମଣିପୁର ପ୍ରଥମ ସ୍ଥାନରେ ଥିବାବେଳେ ଉତ୍ତରାଖଣ୍ଡ ଓ ମେଘାଳୟ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି । ସେହିପରି କେନ୍ଦ୍ର ଶାସିତ ଅଂଚଳ ମଧ୍ୟରେ ଚଣ୍ଡିଗଡ଼ ପ୍ରଥମ ସ୍ଥାନରେ ଥିବାବେଳେ ଦିଲ୍ଲୀ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି ।

ଦେଶର ଉଦ୍ଭାବନ ବାତାବରଣ କ୍ଷେତ୍ରରେ ହେଉଥିବା ଉନ୍ନତିକୁ ଦର୍ଶାଇବାକୁ ନିତି ଆୟୋଗ ଓ ଇନଷ୍ଟିଚ୍ୟୁଟ ଅଫ କମ୍ପିଟିଟିଭନେସ ପକ୍ଷରୁ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ । ଉଦ୍ଭାବନ କ୍ଷେତ୍ରରେ ରାଜ୍ୟମାନଙ୍କର ପ୍ରଦର୍ଶନକୁ ଦର୍ଶାଇବାକୁ ଏହି ସୂଚକାଙ୍କ ବିଭିନ୍ନ କ୍ଷେତ୍ରକୁ ବିଚାରକୁ ନେଇ ସୂଚକାଙ୍କ ପ୍ରସ୍ତୁତ କରିଥାଏ ।