ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ନିକଟରେ, ଆମେରିକା ଏକ ଇରାନୀ ଯୁଦ୍ଧଜାହାଜ ଉପରେ ଆକ୍ରମଣ କରି ବୁଡ଼ାଇ ଦେଇଥିବାବେଳେ, ଆଉ ଏକ ଇରାନୀ ଜାହାଜ, ଆଇଆରଆଇଏସ୍ ଲାଭନ୍, ଶୁକ୍ରବାର ଭାରତର କୋଚି ବନ୍ଦରରେ ପହଞ୍ଚିଛି। ସମ୍ଵାଦ ସରବରାହ ସଂସ୍ଥା ଏଏନଆଇ ରିପୋର୍ଟ କହିଛି ଯେ ଫେବୃଆରୀ ୨୮ତାରିଖରେ ଜାହାଜରେ କୌଣସି ଯାନ୍ତ୍ରୀକ ତ୍ରୁଟି ଦେଖାଦେବା ପରେ ଇରାନ ଭାରତକୁ ସହାୟତା ଅନୁରୋଧ କରିଥିଲା। ମାର୍ଚ୍ଚ ୧ ତାରିଖରେ ଜାହାଜକୁ କୋଚିରେ ଡେକିଂ କରିବାକୁ ଭାରତ ଅନୁମତି ଦେଇଥିଲା ଏବଂ ମାର୍ଚ୍ଚା ୪ତାରିଖରେ ଜାହାଜ ବନ୍ଦରରେ ପହଞ୍ଚିଥିଲା। ଜାହାଜରେ ଥିବା ୧୮୩ଜଣ କ୍ରୁ ସଦସ୍ୟ ବର୍ତ୍ତମାନ କୋଚିରେ ଭାରତୀୟ ନୌସେନା ପ୍ରତିଷ୍ଠାନରେ ରହିଛନ୍ତି।
ଉଲ୍ଲେଖନୀୟ, ଗୁରୁବାର ଆମେରିକା ଆକ୍ରମଣ ଆଶଙ୍କା ମଧ୍ୟରେ ଶ୍ରୀଲଙ୍କା ତ୍ରିଙ୍କୋମାଲି ବନ୍ଦରରେ ଇରାନୀ ନୌସେନା ଜାହାଜ ଆଇଆରଆଇଏନଏସ୍ ବୁଶେହରକୁ ଆଶ୍ରୟ ଦେଇଥିଲା। ରାଷ୍ଟ୍ରପତି ଏହାକୁ ମାନବିକତା ଦୃଷ୍ଟିରୁ ନିଆଯାଇଥିବା ଏକ ସ୍ୱାଧୀନ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଥିଲେ। ଏହି ଜାହାଜରେ ମୋଟ ୨୦୮ ଜଣ ଲୋକ ଥିଲେ, ଯେଉଁଥିରେ ୫୩ ଜଣ ଅଧିକାରୀ, ୮୪ ଜଣ କ୍ୟାଡେଟ୍ ଓ ୭୧ ଜଣ ଅନ୍ୟ ନାବିକ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/03/07/new-project-11-2026-03-07-18-19-36.jpg)