ଚୀନ୍‌ର ୨୦୪୯ ମାଷ୍ଟର ପ୍ଲାନ୍‌ ପାଇଁ ଭାରତ ବଡ଼ ପ୍ରତିବନ୍ଧକ

ନୂଆଦିଲ୍ଲୀ : ଗଲ୍‌ୱାନ୍‌ ଘାଟି‌‌ରେ ଚୀନ୍‌ ସେନା ସହ ହୋଇଥିବା ସଂଘର୍ଷ ଯୋଗୁଁ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସୀମାରେ ଉତ୍ତେଜନା ଦିନକୁ ଦିନ ବଢ଼ୁଛି।। ତେବେ ପ୍ରଶ୍ନ ଉଠିଛି ଭାରତ ପ୍ରତି ଚୀନ୍‌ର ଆକ୍ରୋଶ ଏତେ ବଢ଼ିଯାଇଛି କ’ଣ ପାଇଁ। କେବଳ ଚୀନ୍‌ ନୁହେଁ ନେପାଳ ମଧ୍ୟ ଏବେ ଭାରତକୁ ପ୍ରବଳ ବିରୋଧ କରୁଛି। ପୂ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପଲିସି ରିସର୍ଚ୍ଚ ଆଣ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟଡିଜ୍‌ , ଏମ୍‌ଏସ୍‌ ବିଶ୍ବବିବ୍ୟାଳୟର ନିର୍ଦ୍ଦେଶକ ଶକ୍ତି ସିହ୍ନା କହିଛନ୍ତି, ଆଗକୁ ଭାରତ ପାଇଁ ଅନେକ ଚ୍ୟାଲେଂଜ ରହିଛି। ସିହ୍ନା କହିଛନ୍ତି ଚୀନ୍‌ ଗତ ଦଶନ୍ଧି ମଧ୍ୟରେ ଅଧିକ ଆକ୍ରମଣାତ୍ମକ ହୋଇଯାଇଛି। ଚୀନ୍‌ ଭାବୁଛି ଯେ, ସମଗ୍ର ବିଶ୍ବରେ ଏବେ ନିଜର ଶକ୍ତି ବଢ଼ାଇବାର ସମୟ ଆସିଯାଇଛି। ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ୨୦୪୯ ସ୍ବପ୍ନ ବାଟରେ ଭାରତ ଏକ ବଡ଼ ପ୍ରତିବନ୍ଧକ ହୋଇଛି। ୨୦୧୯ ବେଳକୁ ଚୀନ୍‌ ପିପୁଲ୍ସ ରିପବ୍ଲିକ୍‌ର ଶତବାର୍ଷିକ ପାଳନ କରିବ। ତେବେ ଏହି ସମୟ ବେଳକୁ ଚୀନ୍‌ ସମ୍ପୂର୍ଣ୍ଣ ଭାବେ ଏକ ବିକଶିତ, ଧନୀ ଏବଂ ସର୍ବଶକ୍ତିମାନ୍‌ ରାଷ୍ଟ୍ର ହେବାପାଇଁ ଲକ୍ଷ୍ୟ ରଖିଛି। ଇତିହାସରେ ଏହା ଏକ ବଡ଼ ଖେଳାଳି ହେବାକୁ ଚ‌ାହୁଛି। କିନ୍ତୁ ଭାରତ ଚୀନ୍‌ ପାଇଁ ବିଭିନ୍ନ ବାଟ‌ରେ ପ୍ରତିବନ୍ଧକ ସାଜିଛି। ଭାରତ ପ୍ରଥମେ ଚୀନ୍‌ର ବିଆର୍‌ଆଇ ‌(ବେଲ୍‌ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌ ) କାର୍ଯ୍ୟ ବିରୋଧରେ ସତର୍କ ଘଣ୍ଟି ବଜାଇଥିଲା। ଭାରତ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ନିରନ୍ତର ବିକାଶର ରାସ୍ତାରେ ଆଗକୁ ବଢ଼ିବା ଏବଂ ସବୁ ଦିଗରୁ ଭାରତର ଶକ୍ତି ବୃଦ୍ଧି ହେବା ଚୀନ୍‌ ପାଇଁ ଏକ ଚ୍ୟାଲେଂଜ ହୋଇଛି। ଭାରତ ସୀମାରେ ଏହାର ଭିତ୍ତିଭୂମି ସୁଦୃଢ଼ କରିଥିବାରୁ ଚୀନ୍‌ ନିଜକୁ ଅସୁରକ୍ଷିତ ମନେ କରୁଛି। ତେଣୁ ଏହା ନିଜର ପ୍ରଭାବ ବିସ୍ତାର କରିବାପାଇଁ ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି।

ଚୀନ୍‌ର ଭାରତ ବିରୋଧୀ ରଣନୀତି ୧୯୫୦ରୁ ହିଁ ଚାଲିଆସିଛି।ଏହା ଭାରତକୁ ଗୌଣ କରି ଏବଂ ଏହାର ଉନ୍ନତିକୁ ପଛରେ ପକାଇ ନିଜେ ଆଗକୁ ବଢ଼ିବା ଲକ୍ଷ୍ୟ ରଖିଛି। କିନ୍ତୁ ସମୟ ବଦଳିଯାଇଛି। ଚୀନ୍‌ ଭାବୁଥିଲା ଦକ୍ଷିଣ ଚୀନ୍‌ ସାଗରରେ ଏହା ଯେମିତି ନିଜର ପ୍ରାଦୁର୍ଭାବ ବିସ୍ତାର କରିଛି ଠିକ୍‌ ସେମିତି ଅନ୍ୟ ସୀମାରେ ମଧ୍ୟ ନିଜର ଦବ୍‌ଦବା ଦେଖାଇବ। କିନ୍ତୁ ଭାରତୀୟ ସୈନିକ ଚୀନ୍‌କୁ ସଠିକ୍‌ ଜବାବ ଦେଇଛନ୍ତି।

ସମ୍ବନ୍ଧିତ ଖବର