ନୂଆଦିଲ୍ଲୀ : ସୋମବାର ବିଶ୍ବ ସୁଖୀ ଦିବସ ଉପଲକ୍ଷେ ପ୍ରକାଶିତ ବିଶ୍ବ ସୁଖୀ ସୂଚକାଙ୍କରେ ଦର୍ଶାଯାଇଛି ଯେ ଫିନଲ୍ୟାଣ୍ଡ ହେଉଛି ପୃଥିବୀର ସବୁଠାରୁ ସୁଖୀ ଦେଶ । ୨ୟ ସ୍ଥାନରେ ରହିଛନ୍ତି ଡେନମାର୍କ ଓ ୩ୟ ସ୍ଥାନରେ ରହିଛି ଆଇସଲାଣ୍ଡ । ତେବେ ଏହି ରିପୋର୍ଟରେ ଭାରତକୁ ୧୨୫ତମ ସ୍ଥାନରେ ରଖାଯାଇଛି । ଅର୍ଥାତ ଭାରତ ବିଶ୍ବର ଏକ ଦୁଃଖୀ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ । ଏପରିକି ନେପାଳ, ଶ୍ରୀଲଙ୍କା, ବାଂଲାଦେଶ, ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନଠାରୁ ବି ଭାରତ ପଛରେ ରହିଛି ।

Advertisment

କୌଣସି ଦେଶର ସୁଖକୁ ମାପ କରିବାକୁ ଆୟ, ନୀରୋଗତା, ଆୟୁଷ, ସାମାଜିକ ସହାୟତା, ସ୍ୱାଧୀନତା, ବିଶ୍ୱାସ ଏବଂ ଉଦାରତାକୁ ବିଚାରକୁ ନିଆଯାଇଥିଲା । ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ସଂଖ୍ୟା ଯେତେ କମ୍ ହେବ, ଦେଶରେ ସୁଖ ସେତେ ଅଧିକ ହେବ । ରିପୋର୍ଟ ଅନୁଯାୟୀ, ବିଶ୍ୱର ସବୁଠାରୁ ଖୁସି ୧୦ଟି ଦେଶର ଲୋକମାନେ ସବୁଠାରୁ କମ ଧର୍ମବିଶ୍ବାସୀ ।

ଅନ୍ୟପକ୍ଷରେ ବିଶ୍ବରସବୁଠାରୁଦୁଃଖୀଦେଶତାଲିକାରଶୀର୍ଷରେବୁରୁଣ୍ଡିରହିଛି।ଏଠାକାର୯୮ପ୍ରତିଶତଲୋକଙ୍କରଧର୍ମଉପରେଅତୁଟବିଶ୍ୱାସରହିଛି।କେନ୍ଦ୍ରୀୟଆଫ୍ରିକାରିପବ୍ଲିକ୍ଦ୍ବିତୀୟସ୍ଥାନରେରହିଛିଏବଂଏଠାକାର୯୪ପ୍ରତିଶତଲୋକଭଗବାନଧର୍ମରେବିଶ୍ୱାସକରନ୍ତି।ତୃତୀୟସ୍ଥାନରେଥିବାଦକ୍ଷିଣସୁଦାନରେ୯୩ପ୍ରତିଶତଲୋକଙ୍କରଭଗବାନଙ୍କଉପରେଅତୁଟବିଶ୍ୱାସରହିଛି।ରୱାଣ୍ଡାରେଚତୁର୍ଥ, ୯୫ପ୍ରତିଶତଏବଂସିରିଆରେ୮୯ପ୍ରତିଶତଲୋକଧର୍ମରେବିଶ୍ୱାସକରନ୍ତି।