ନୂଆଦିଲ୍ଲୀ: ଦେଶର ବିଭିନ୍ନ କୃଷକ ସଂଘର ସମ୍ମିଳିତ ସଂଗଠନ ସଂଯୁକ୍ତ କିଷାନ୍ ମୋର୍ଚ୍ଚା (ଏସ୍କେଏମ୍) ଆସନ୍ତାକାଲି(୨୬ ତାରିଖ) ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି। କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଜାରି ରହିଥିବା ଚାଷୀ ଆନ୍ଦୋଳନର ଠିକ୍ ଚାରି ମାସ ପୂର୍ତ୍ତି ଅବସରରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ଆହ୍ବାନ କରାଯାଇଛି। ଏହି ସମୟ ମଧ୍ୟରେ ଦେଶର ସମସ୍ତ ସଡ଼କ ଓ ରେଳ ପରିବହନ ସମେତ ଦୋକାନ ବଜାର ଓ ସର୍ବସାଧାରଣ ସ୍ଥାନ ବନ୍ଦ ରହିବ ବୋଲି ଜଣାଯାଇଛି।
ଏହି ଭାରତ ବନ୍ଦକୁ ଜନସାଧାରଣ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଏସ୍କେଏମ୍ ପକ୍ଷରୁ ନିବେଦନ କରାଯାଇଛି। ଆଗକୁ ବିଧାନସଭା ନିର୍ବାଚନ ଥିବା ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରିରେ ଏହି ବନ୍ଦ ପାଳନ କରାଯିବନି ବୋଲି ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅପରପକ୍ଷେ, ଆନ୍ଧ୍ରପ୍ରଦେଶର ଶାସକ ଵାଇଏସ୍ଆର୍ କଂଗ୍ରେସ ଦଳ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି। ଏଥି ସହିତ ବିଶାଖାପାଟଣା ଇସ୍ପାତ କାରଖାନାର ଘରୋଇକରଣ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ଦଳ ଆସନ୍ତାକାଲି ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/closed.jpg)