ନୂଆଦିଲ୍ଲୀ: ଭାରତରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ‘ପାରମ୍ପରିକ ଔଷଧ ପାଇଁ ବୈଶ୍ବିକ କେନ୍ଦ୍ର’ ସ୍ଥାପନ ହେବା କଥା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଭାରତର ଗୁଜରାଟ ଅନ୍ତର୍ଗତ ଜାମନଗରରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ପାରମ୍ପରିକ ଔଷଧର ବୈଶ୍ବିକ କେନ୍ଦ୍ର’ ସ୍ଥାପନ ନିମନ୍ତେ ଦିନକ ପୂର୍ବରୁ, ଆୟୁଷ ମନ୍ତ୍ରାଳୟ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସହିତ ଚୁକ୍ତି ସ୍ବାକ୍ଷର କରିଥିଲା। ଏହାର ଅସ୍ଥାୟୀ କାର୍ଯ୍ୟାଳୟ ଗୁଜରାଟର ‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ରେନିଙ୍ଗ୍ ଆଣ୍ଡ୍ ରିସର୍ଚ ଇନ୍ ଆୟୁବେଦ’ଠାରେ ଚାଲିବ।
ଏ ବିଷୟରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାସ୍ଥ୍ୟକର ବିଶ୍ବ ଏବଂ ବୈଶ୍ବିକ ମଙ୍ଗଳ ପାଇଁ ଆମ ସମୃଦ୍ଧ ପାରମ୍ପରିକ ଚିକିତ୍ସାରୁ ସର୍ବାଧିକ ଉପକାର ପାଇବାକୁ ଏହି କେନ୍ଦ୍ରର ଯଥେଷ୍ଟ ଅବଦାନ ରହିବ।
ଭାରତର ପାରମ୍ପରିକ ଔଷଧ ଏବଂ ନିରାମୟ ଚିକିତ୍ସା ବିଶ୍ବବ୍ୟାପୀ ଖୁବ୍ ଜନପ୍ରିୟ। ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ଏହି କେନ୍ଦ୍ର ଆମ ସମାଜରେ ସୁସ୍ଥତା ବୃଦ୍ଧି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଅନ୍ୟ ଏକ ଟୁଇଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି।
/sambad/media/post_attachments/wp-content/uploads/2022/03/who-chief-1024x683.jpg) Image Courtesy of AP News
 Image Courtesy of AP Newsଆୟୁଷ ମନ୍ତ୍ରାଳୟ କହିଛି ଯେ, ଆଧୁନିକ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବଳରେ ସମଗ୍ର ବିଶ୍ବରୁ ସମ୍ଭାବ୍ୟ ପାରମ୍ପରିକ ଔଷଧଗୁଡ଼ିକୁ ଏକତ୍ର କରିବା ସହ ବିଶ୍ବବାସୀଙ୍କ ସାମଗ୍ରିକ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତ କରିବା ହେଉଛି ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ।
‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ମତରେ, ବିଶ୍ବ ଜନସଂଖ୍ୟାର ପ୍ରାୟ ୮୦% ପାରମ୍ପରିକ ଔଷଧ ବ୍ୟବହାର କରୁଥିବା ହିସାବର ଜଣାପଡ଼ିଛି। ଏ ସଂକ୍ରାନ୍ତରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମହାନିର୍ଦେଶକ ଟେଡ୍ରସ୍ ଆଧନମ୍ ଗେବ୍ରେୟେସସ୍ କହିଛନ୍ତି, ବିଶ୍ବର ଅସଂଖ୍ୟ ଜନତା ଅନେକ ରୋଗର ଚିକିତ୍ସା ନିମନ୍ତେ ପ୍ରଥମେ ପାରମ୍ପରିକ ଔଷଧ ବ୍ୟବହାର କରିଥାଆନ୍ତି। ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ମିସନ୍ର ଗୋଟାଏ ଗୁରୁତ୍ବପୂର୍ଣ୍ଣ ଭାଗ ହେଉଛି, ସବୁ ଲୋକଙ୍କୁ ନିରାପଦ ଓ ଫଳପ୍ରଦ ଚିକିତ୍ସା ନିମନ୍ତେ ସୁବିଧା ମିଳିବା ବିଷୟରେ ସୁନିଶ୍ଚିତ ହେବା। ପାରମ୍ପରିକ ଔଷଧଗୁଡ଼ିକର ପ୍ରମାଣ ଭିତ୍ତି ସୁଦୃଢ଼ କରିବା ପାଇଁ ଏହି ନୂତନ କେନ୍ଦ୍ର ବିଜ୍ଞାନକୁ ଉପଯୋଗ କରିବ। ସହାୟତା ନିମନ୍ତେ ଭାରତ ସରକାରଙ୍କ ନିକଟରେ ମୁଁ କୃତଜ୍ଞ। ଆମେ ଏହି କେନ୍ଦ୍ରର ସଫଳତା କାମନା କରୁଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/pm-3.jpg)
