ନୂଆଦିଲ୍ଲୀ:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ମ୍ୟାଚ୍ ନେଇ ଦେଶରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ୧୪ ସେପ୍ଟେମ୍ବରରେ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ଦେଶରେ ହଙ୍ଗାମା ଜାରି ରହିଛି। ପହଲଗାମ୍ ଆକ୍ରମଣକୁ ନେଇ ବିରୋଧୀ ଦଳଗୁଡ଼ିକ ଏହି ମ୍ୟାଚ୍ ବାତିଲ କରିବାକୁ ଦାବି କରୁଛନ୍ତି।
ଏହା ସହିତ, ବିରୋଧୀ ଦଳ କେନ୍ଦ୍ର ସରକାର ଦୋହରା ମାନଦଣ୍ଡ ଗ୍ରହଣ କରୁଥିବାର ଅଭିଯୋଗ କରିଛନ୍ତି।ବିରୋଧର ଳର ସଦସ୍ୟ ରକ୍ତପାତ ଏବଂ ଖେଳ ଏକା ସାଘରେ ହୋଇ ପାରିବ ନାହିଁ ବୋଲି କହିଛନ୍ତି। ଏହି ମନ୍ତବ୍ୟକୁ ନେଇ ବିଜେପି ସାଂସଦ ଅନୁରାଗ ଠାକୁର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ମ୍ୟାଚ୍ ଖେଳିବା ଜରୁରୀ, ଯଦି ଆମେ ଏପରି ନକରୁ ତେବେ ଆମେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯିବୁ।
ଏସିଆ କପ୍ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍ ବିଷୟରେ ବିଜେପି ସାଂସଦ ଅନୁରାଗ ଠାକୁର କହିଛନ୍ତି, ଯେତେବେଳେ ଏସିସି କିମ୍ବା ଆଇସିସି ଦ୍ୱାରା ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥାଏ, ସେତେବେଳେ ଦେଶଗୁଡ଼ିକ ଏଥିରେ ଅଂଶଗ୍ରହଣ କରିବା ବାଧ୍ୟତାମୂଳକ ଏବଂ ଜରୁରୀ ହୋଇଯାଇଥାଏ। ଯଦି ସେମାନେ ଏପରି ନ କରନ୍ତି, ତେବେ ସେମାନେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯିବେ। ସେମାନଙ୍କୁ ମ୍ୟାଚ୍ ହାତଛଡ଼ା କରିବାକୁ ପଡିବ ଏବଂ ଅନ୍ୟ ଦଳ ପଏଣ୍ଟ ପାଇବେ।
ସେ କହିଛନ୍ତି, ଭାରତ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ଟୁର୍ଣ୍ଣାମେଣ୍ଟ ଖେଳୁ ନାହିଁ। ଆମେ ନିଷ୍ପତ୍ତି ନେଇଛୁ, ଯେପର୍ଯ୍ୟନ୍ତ ପାକିସ୍ତାନ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ବନ୍ଦ ନ କରିବ, ସେପର୍ଯ୍ୟନ୍ତ ଭାରତ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ଟୁର୍ଣ୍ଣାମେଣ୍ଟ ଖେଳିବ ନାହିଁ।
#WATCH | Pune, Maharashtra: On the upcoming India vs Pakistan match in the Asia Cup 2025, BJP MP Anurag Thakur says, "When multinational tournaments are organised by ACC or ICC, it becomes a compulsion, a necessity for nations to participate. If they don't do that, they will be… pic.twitter.com/ybP4n9nCaJ
— ANI (@ANI) September 13, 2025
ଆପ ନେତା ସଞ୍ଜୀବ ଝା କହିଛନ୍ତି, ଭାରତ-ପାକିସ୍ତାନ ମ୍ୟାଚ୍ ହେବାକୁ ଯାଉଛି। ପାକିସ୍ତାନ ଖେଳାଳି ଅପରେସନ ସିନ୍ଦୂର ଚାଲିଥିବା ସମୟରେ ଆମର ବିଧବା ଭଉଣୀମାନଙ୍କ ପ୍ରତି ଉପହାସ କରିଥିଲେ। ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର ସିନ୍ଦୂର ଲଗାଉଥିବା ଫଟୋ ପୋଷ୍ଟ କରାଯାଇଥିଲା। ଭାରତୀୟ ଜନତା ପାର୍ଟି କ’ଣ ଚାହୁଁଛି ଯେ, ଆମେ ଏହି ଅପମାନକୁ ସହ୍ୟ କରିବୁ? ସେଥିପାଇଁ ଆମେ ଏହି ମ୍ୟାଚ୍କୁ ବିରୋଧ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ରକ୍ତ ଏବଂ ପାଣି ଏକାଠି ବହିବ ନାହିଁ। ତେବେ ରକ୍ତପାତ ଏବଂ କ୍ରିକେଟ୍ କିପରି ଏକାଠି ଚାଲିପାରିବ?
ସଞ୍ଜୀବ ଝା କହିଛନ୍ତି, ବିଜେପିର ବଡ଼ ନେତାମାନେ ଆଇସିସି, ବିସିସିଆଇରେ ଉଚ୍ଚ ପଦବୀରେ ବସିଛନ୍ତି। ସେମାନେ କ’ଣ ଚାହୁଁଛନ୍ତି, କି ସେମାନଙ୍କର ଭଉଣୀଙ୍କର ଅପମାନ ହେଉ। ଏହା ପରେ ମଧ୍ୟ କ୍ରିକେଟ୍ ଖେଳିବାକୁ ଯାଉଛ? ସମସ୍ତ ପୀଡିତା ଆମର ଭଉଣୀ ଏବଂ ସେଥିପାଇଁ ଆମେ ଏହି ମ୍ୟାଚ୍କୁ ବିରୋଧ କରୁଛୁ। ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ, ଆଜି ମଧ୍ୟ ଦେଶ ଆମର ଭଉଣୀମାନଙ୍କ ସହିତ ଘଟିଥିବା ଘଟଣା ଭୁଲିନାହିଁ। ତେଣୁ ଆମେ ଏପରି ଦେଶଦ୍ରୋହୀ ଏବଂ ଶତ୍ରୁମାନଙ୍କ ସହିତ କ୍ରିକେଟ୍ ଚାହୁଁନାହୁଁ। ଆମେ ଏହାର ବିରୋଧ କରୁଛୁ।
ଆପ ସଂଯୋଜକ ଅରବିନ୍ଦ କେଜରିୱାଲ ଏହି ମ୍ୟାଚ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ପାକିସ୍ତାନ ସହିତ ଏକ ମ୍ୟାଚ୍ ଆୟୋଜନ କରିବାର କ'ଣ ଆବଶ୍ୟକତା ଅଛି? ସାରା ଦେଶ କହୁଛି ଯେ, ଏହି ମ୍ୟାଚ୍ ହେବା ଉଚିତ୍ ନୁହେଁ। ତେବେ ଏହି ମ୍ୟାଚ୍ କାହିଁକି ଆୟୋଜନ କରାଯାଉଛି? ଏହା ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଚାପରେ କରାଯାଉଛି କି? ଆପଣ ଟ୍ରମ୍ପଙ୍କ ଆଗରେ କେତେ ମୁଣ୍ଡ ନୁଆଁଇବେ କି?
प्रधान मंत्री जी को पाकिस्तान के साथ मैच करवाने की आख़िर क्या ज़रूरत है? सारा देश कह रहा है कि ये मैच नहीं होना चाहिए। फिर ये मैच क्यों करवाया जा रहा है?
— Arvind Kejriwal (@ArvindKejriwal) September 13, 2025
क्या ये भी ट्रम्प के दबाव में किया जा रहा है? आख़िर ट्रम्प के आगे कितना झुकोगे? https://t.co/Wy8LPOBlHE
ଶିବସେନା (ୟୁବିଟି) ଆରମ୍ଭରୁ ଏହି ମ୍ୟାଚ୍ ବିରୋଧରେ ପ୍ରତିବାଦ କରିଆସୁଛି। ଉଦ୍ଧବ ଠାକରେ କହିଛନ୍ତି ଯେ, ଆସନ୍ତାକାଲି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ କ୍ରିକେଟ୍ ମ୍ୟାଚ୍ ଅଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣର କ୍ଷତ ଏବେ ବି ତାଜା ଅଛି, ଆମେ ଭାବୁଥିଲୁ, ଆମେ ପାକିସ୍ତାନକୁ ଗର୍ବ ଭାଙ୍ଗିବୁ, ଆମେ ଯୁଦ୍ଧ ଲଢ଼ିଥିଲୁ, ଅପରେସନ୍ ସିନ୍ଦୁର କରାଯାଇଥିଲା। ଆମର ପ୍ରତିରକ୍ଷା ମନ୍ତ୍ରୀ ନିକଟରେ କହିଛନ୍ତି ଯେ, ଅପରେସନ୍ ସିନ୍ଦୁର ଏବେ ବି ଚାଲିଛି, ପାକିସ୍ତାନ ନିଜର କାର୍ଯ୍ୟ ବନ୍ଦ କରୁନାହିଁ। ଏହା ଆମ ଉପରେ ଆକ୍ରମଣ କରିଚାଲିଛି, ଆମର ସେନା ପ୍ରତ୍ୟେକ ଥର ସାହସ ଦେଖାଉଛି।
ଟ୍ରମ୍ପ୍ କହୁଛନ୍ତି, ସେ ଯୁଦ୍ଧ ବନ୍ଦ କରିଥିଲେ, ନୀରଜ ଚୋପ୍ରା ପାକିସ୍ତାନୀ ପ୍ରଶିକ୍ଷକଙ୍କୁ ଭାରତକୁ ନିମନ୍ତ୍ରଣ କରିଥିଲେ, କିନ୍ତୁ ଏଥିପାଇଁ ତାଙ୍କୁ ଟ୍ରୋଲ କରାଯଇଥିଲା। ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ବ୍ୟକ୍ତିଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଥିଲା, କଳ୍ପନା କରନ୍ତୁ ସେ କିଭଳି ମାନସିକ ସ୍ଥିତି ଦେଇ ଗତି କରିଥିବେ। ଅପରେସନ୍ ସିନ୍ଦୁର ପରେ, ବିଶ୍ୱର ଦେଶଗୁଡ଼ିକୁ ଜଣାଇବା ପାଇଁ ପ୍ରତିନିଧିମଣ୍ଡଳ ପଠାଯାଇଥିଲା, ଏବେ ମୁଁ ମୋଦୀଙ୍କୁ ପଚାରିବାକୁ ଚାହୁଁଛି ଯେ ଆପଣ ଏହାକୁ କ’ଣ କୁହନ୍ତି? ଦେଶପ୍ରେମର ବ୍ୟବସାୟ?
ଉଦ୍ଧବ ଠାକରେ କହିଛନ୍ତି, ମୁଁ ଅମିତ ଶାହଙ୍କୁ ପଚାରିବାକୁ ଚାହୁଁଛି, ଆପଣ କ’ଣ ଘୋଷଣା କରିବେ ଯେ, ଆମେ ଅପରେସନ ସିନ୍ଦୂର ବନ୍ଦ କରିଦେଇଛୁ? ସେ କୁରେଶୀଙ୍କୁ ପାକିସ୍ତାନୀଙ୍କ ଭଉଣୀ କହିଥିଲେ? ସେନା ସୀମାରେ ଲଢ଼ୁଛି। ଲୋକମାନେ ସେମାନଙ୍କ ଧର୍ମ ଯୋଗୁ ମଲେ, ସେମାନେ କ’ଣ ହିନ୍ଦୁତ୍ୱକୁ ସମ୍ମାନ କରନ୍ତି ନାହିଁ? ଆପଣଙ୍କର ହିନ୍ଦୁତ୍ୱକୁ ପରିଭାଷିତ କରନ୍ତୁ। ଏହା ବିଶ୍ୱକୁ କହିବାର ଏକ ସୁଯୋଗ ଯେ ଆମେ ଆତଙ୍କବାଦ ବିରୋଧରେ ରହିଛୁ। ପାକିସ୍ତାନ ଏହା କରୁଛି। କେବଳ ପାଣି ନୁହେଁ, ଆମେ ପାକିସ୍ତାନ ସହିତ କୌଣସି ସମ୍ପର୍କ ରଖିବୁ ନାହିଁ। ଏହା ଆମ ଦେଶର ମତ ହେବା ଉଚିତ ବୋଲି ଉଦ୍ଧବ କହିଛନ୍ତି।
ସେ କହିଛନ୍ତି,ବାଲାସାହେବ ଠାକରେ ଏହି ଭାରତ ବନାମ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ର ଦୃଢ଼ ବିରୋଧ କରୁଥିଲେ। ମୁଁ କାମନା କରୁଛି ଯେ ସୁଷମା ସ୍ୱରାଜ ଏଠାରେ ଥାଆନ୍ତେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବେ ପ୍ରଧାନମନ୍ତ୍ରୀ ହୋଇଥାଆନ୍ତେ, ପାକିସ୍ତାନର ଅସ୍ତିତ୍ୱ ନଥାଆନ୍ତା, ଏସ ଜୟଶଙ୍କର କ'ଣ କରୁଛନ୍ତି? ଦେଶକୁ ଭଲ ପାଉଥିବା ସମସ୍ତ ଲୋକ କାଲିର କ୍ରିକେଟ୍ ମ୍ୟାଚ୍ ବର୍ଜନ କରିବା ଉଚିତ୍ ବୋଲି ସେ କହିଛନ୍ତି।