ଭାରତ ଏକ ଗରିବ ଦେଶ ନୁହେଁ, ମହାକାଶ କାର୍ଯ୍ୟକ୍ରମକୁ ଯଥାର୍ଥ ବୋଲି କହିଲେ ଇସ୍ରୋ ଅଧ୍ୟକ୍ଷ କେ.ଶିବନ୍‌

ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଏକ ଆଗୁଆ ଦେଶ । ଭାରତର ଚନ୍ଦ୍ରଯାନ-୨ ଆସନ୍ତା ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ । ଆସନ୍ତା ୨୦୨୨ ସୁଦ୍ଧା ଭାରତ ମହାକାଶକୁ ପ୍ରଥମଥର ପାଇଁ ମଣିଷ ପଠାଇବ । ଭାରତର ଏତେ ସଫଳତା ସତ୍ତ୍ୱେ ସମାଲୋଚକମାନେ ସମାଲୋଚନା ଛାଡିପାରିନାହାନ୍ତି ।

ଭାରତ ଏକ ଗରିବ ଦେଶ ହୋଇଥିଲେ ମଧ୍ୟ କୋଟି କୋଟି ଟଙ୍କା ବ୍ୟୟ କରି ଚନ୍ଦ୍ରକୁ ଯାନ ପଠାଇବାକୁ ନେଇ କେତେକ ପ୍ରଶ୍ନ ଉଠାଇଛନ୍ତି । ଏହାର ଜବାବ ରଖିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ.ଶିବନ । ସେ କହିଛନ୍ତି ଯେ ଆଜି ଭାରତର ଅର୍ଥନୀତି ବିଶ୍ୱରେ ୭ମ ବୃହତ୍ତମ ଅର୍ଥନୀତି । ଏଣୁ ଭାରତ ଗରିବ ନୁହେଁ । ଭାରତୀୟ ମହାକାଶ ଗବେଷଣାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଚାଉଳ ଉତ୍ପାଦନରେ ବିଶ୍ୱରେ ୧ନମ୍ବର, ଗହମ ଉତ୍ପାଦନରେ ୨ ନମ୍ବର, ରିମୋଟ ସେନସିଂ ଉପଗ୍ରହ କ୍ଷେତ୍ରରେ ଭାରତ ନମ୍ବର ୧, ଭାରତର ଆଇଟି ଶିଳ୍ପ ବିଶ୍ୱରେ ଅଗ୍ରଣୀ । ଏଣୁ ଭାରତ ଆଉ ପଛୁଆ ନୁହେଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର