ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ୍ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ଏହାଦ୍ବାରା ଭାରତ-ଆମେରିକା ସମ୍ପର୍କ କିଭଳି ପ୍ରଭାବିତ ହେବ ସେନେଇ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଟିପ୍ପଣୀ ରଖିଛନ୍ତି। ଜୟଶଙ୍କର କହିଛନ୍ତି, ଟ୍ରମ୍ପ୍ଙ୍କ ପ୍ରତ୍ୟାବର୍ତ୍ତନ ପରେ ଭୟରେ ଥିବା ରାଷ୍ଟ୍ରମାନଙ୍କ ତାଲିକାରେ ଭାରତ ନାହିଁ। ମୁମ୍ବାଇରେ ଆଦିତ୍ୟ ବିର୍ଲା ଗ୍ରୁପ୍ ସ୍କଲାରସିପ୍ କାର୍ଯ୍ୟକ୍ରମରେ ଯୋଗଦେଇ ଜୟଶଙ୍କର କହିଛନ୍ତି, ମୁଁ ଜାଣେ ଆଜି ଅନେକ ରାଷ୍ଟ୍ର ଟ୍ରମ୍ପ୍ଙ୍କ ପ୍ରତ୍ୟାବର୍ତ୍ତନ ସହ ଏବେ ଆମେରିକାକୁ ନେଇ ଭୟରେ ଅଛନ୍ତି। କିନ୍ତୁ ଗୋଟିଏ ସତ କଥା ଏହା ଯେ ଆମେ ଆଦୌଁ ଭୟରେ ନାହୁଁ।
ନିକଟରେ ଶେଷ ହୋଇଥିବା ଆମେରକା ରାଷ୍ଟ୍ରପତି ନିର୍ବାଚନ ଭାରତ-ଆମେରିକା ସମ୍ପର୍କକୁ କିଭଳି ପ୍ରଭାବିତ କରିବ ସେନେଇ ଏକ ପ୍ରଶ୍ନର ଉତ୍ତର ଦେଇ ଜୟଶଙ୍କର ବାରାକ୍ ଓବାମାଙ୍କଠାରୁ ଡୋନାଲ୍ଡ ଟ୍ରମ୍ପ୍ ଏବଂ ଜୋ ବାଇଡେନ୍ଙ୍କ ଶାସନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସର୍ବକାଳୀନ ଦକ୍ଷତାର ଉଦାହରଣ ଦେଇଛନ୍ତି। ଉପରୋକ୍ତ ସମସ୍ତ ରାଷ୍ଟ୍ରପତିଙ୍କ ସମୟରେ ମୋଦୀ କିଭଳି ଆମେରିକା ସହ ସମ୍ପର୍କ ସୁଦୃଢ଼ ରଖିଛନ୍ତି ସେନେଇ ଜୟଶଙ୍କର ଟିପ୍ପଣୀ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Jaishankar1_630_630.jpg)