ନୂ୍ଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସରେ ଆାମେରିକା ଗସ୍ତରେ ଯିବେ। ମୋଦୀ ପୂର୍ବରୁ ଅନେକ ଥର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆମେରିକା ଯାଇଥିଲେ ମଧ୍ୟ ଆମେରିକାର ଆମନ୍ତ୍ରଣକ୍ରମେ ଏହା ପ୍ରଥମ ଗସ୍ତ। ଜୁନ୍ ୨୨ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ମୋଦୀଙ୍କ ପାଇଁ ଏକ ସ୍ବତନ୍ତ୍ର ନୈଶଭୋଜି ଆୟୋଜନ କରିଛନ୍ତି। ତେବେ ମୋଦୀଙ୍କ ଗସ୍ତ ପୂର୍ବରୁ ଆମେରିକା ଆଜି କହିଛି, ଭାରତ ଆମର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର। ସାମ୍ବାଦିକମାନଙ୍କୁ ସୂଚନା ଦେଇ ଆମେରିକା ବିଦେଶ ବିଭାଗର ଉପ ପ୍ରେସ୍ ସଚିବ ବେଦାନ୍ତ ପଟେଲ କହିଛନ୍ତି, ଭାରତ ସହ ଆମର ସମ୍ପର୍କ ସବୁଠୁ ଗୁରୁତ୍ବପୂର୍ଣ୍ଣ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଆମେ ଏକାଠି କାମ କରୁଛୁ। ମୋଦୀଙ୍କ ଗସ୍ତ ଅବସରରେ ୨ ରାଷ୍ଟ୍ର ମଧ୍ୟରେ ଥିବା ସମ୍ପର୍କ ଆହୁରି ଅଧିକ ସୁଦୃଢ଼ ହେବ। ଉଲ୍ଲେଖଯୋଗ୍ୟ, ଚୀନ୍ର ଅନେକ ରାଷ୍ଟ୍ର ସହ ସୀମା ବିବାଦ ରହିଥିବାବେଳେ ଏହି ସମୟରେ ଆମେରିକା ଭାରତକୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବନ୍ଧୁ ଏବଂ ଅଂଶୀଦାର ବୋଲି କହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp