ମିଳିତ ଜାତିସଂଘ ପ୍ରକାଶ କରିଥିବା ‘ଓ୍ଵାର୍ଲ୍‌ଡ ହାପିନେସ୍‌’ ରିପୋର୍ଟରେ ଭାରତ ଗତବର୍ଷ ତାଲିକା ଠାରୁ ୧୧ସ୍ଥାନ ତଳକୁ ଖସିଛି। ଜାଣନ୍ତୁ, ଗତବର୍ଷ ଭାରତ ସହ ଅନ୍ୟ ଦେଶମାନେ କେଉଁ ସ୍ଥାନରେ ଥିଲେ।

Advertisment

publive-image

publive-image

publive-image

ଭାରତରେ ଅଧିକାଂଶ ଲୋକ ହେଉଛନ୍ତି ଦୁଃଖୀ! ସର୍ଭେ ଅନୁସାରେ ଦୁଃଖୀ ଦେଶମାନଙ୍କ ତାଲିକାରେ ଭାରତର ସ୍ଥାନ ୧୩୩ରେ ରହିଛି।
ଭାରତ ଭାରି ଦୁଃଖୀ ଦେଶ: ଭାରତର ଖୁସି ମୁହୂର୍ତ୍ତ ଲଗାତାର କମି କମି ଚାଲିଛି -
୨୦୧୩ – ୧୧୭, ୨୦୧୫ – ୧୧୭, ୨୦୧୬ – ୧୧୮, ୨୦୧୭ – ୧୨୨, ୨୦୧୮ – ୧୩୩।
କେଉଁ ଦେଶମାନେ ଅଛନ୍ତି ସବୁଠୁ ଅଧିକ ଖୁସୀରେ: ୧ – ଫିନ୍‌ଲାଣ୍ଡ୍‌, ୨ – ନର୍‌େଓ୍ଵ, ୩ – ଡେନ୍‌ମାର୍କ୍‌, ୪ – ଆଇସ୍‌ଲାଣ୍ଡ୍‌, ୫ – ସ୍ୱିଜର୍‌ଲାଣ୍ଡ୍‌, ଅନ୍ୟ ପରିଚିତ ଦେଶ: ୧୮ – ଆମେରିକା, ୮୬ – ଚୀନ୍‌।
ଏସ୍‌ଏଏଆର୍‌ସି ଦେଶମାନଙ୍କ ମଧ୍ୟରୁ ଭାରତ କେତେ ପଛରେ? ପାକିସ୍ତାନ – ୭୫, ଭୁଟାନ୍‌ – ୯୭, ନେପାଳ – ୧୦୧, ଭାରତ – ୧୩୩, ବାଂଲାଦେଶ – ୧୧୫, ଶ୍ରୀଲଙ୍କା – ୧୧୬।
୨୦୧୨ରେ ତଥ୍ୟ ପ୍ରକାଶ ହୋଇଛି, ମୁଖ୍ୟତଃ ଆର୍ଥିକ ଓ ସାମାଜିକ କାରଣରୁ ଖୁସୀ ଗଣନା କରାଯାଇଛି। ୧୫୦ରୁ ଊର୍ଦ୍ଧ୍ୱ ଦେଶକୁ ନେଇ ସର୍ଭେ କରାଯାଇଛି। ସହଭାଗୀଙ୍କୁ ୦-୧୦ ହିସାବରେ ଗ୍ରେଡ୍‌ ଦିଆଯାଇଛି। ୨୦୧୫-୧୭ ବର୍ଷର ଖୁସୀର ହାରାହାରି ମୂଲ୍ୟାୟନକୁ ଧରି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
କେଉଁ ସବୁ ଆଧାରର ଭିତ୍ତିରେ ଖୁସୀର ସର୍ଭେ କରାଯାଇଛି? ସାମାଜିକ ସାହାଯ୍ୟ, ସ୍ୱାସ୍ଥ୍ୟ, ଆୟ, ଉଦାରତା, ସମସ୍ତଙ୍କ ପାଇଁ ସୁଶାସନ।