ନୌସେନା ପାଇଁ ୧୧୧ଟି ହେଲିକାପ୍ଟର କିଣିବ ଭାରତ, ଜାରି ହେଲା ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ

ନୂଆଦିଲ୍ଲୀ : ଭାରତୀୟ ନୌସେନା ପାଇଁ ୧୧୧ଟି ୟୁଟିଲିଟି ହେଲିକାପ୍ଟର ଖରିଦ କରିବା ପାଇଁ କେନ୍ଦ୍ର ସରକାର ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ ଜାରି କରିଛନ୍ତି । ଏହା ମାଧ୍ୟମରେ ବିଦେଶୀ ହେଲିକାପ୍ଟର କମ୍ପାନି ଓ ତାଙ୍କର ଭାରତୀୟ ସହଯୋଗୀମାନଙ୍କୁ ଚୟନ କରାଯିବ । ନୌସେନା ପାଖରେ ଏବେ ଥିବା ଚେତକ ହେଲିକାପ୍ଟର ପୁରୁଣା ହୋଇଯାଇଥିବାରୁ ସେଗୁଡ଼ିକ ସ୍ଥାନରେ ଏହି ନୂଆ ହେଲିକାପ୍ଟରଗୁଡ଼ିକର ବ୍ୟବହାର ହେବ ।

ଗତ ବର୍ଷ ଅଗଷ୍ଟ ମାସରେ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତା ଥିବା ପ୍ରତିରକ୍ଷା କ୍ରୟ ପରିଷଦ (ଡିଏସି) ପ୍ରାୟ ୪୬ ହଜାର କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଖରିଦ ପ୍ରସ୍ତାବକୁ ମଂଜୁରୀ ଦେଇଥିଲା । ଭାରତୀୟ ପ୍ରତିରକ୍ଷା ବାହିନୀ ଅର୍ଥାତ ସେନା, ନୌସେନା ଓ ବାୟୁସେନା ଅନେକ ଦିନ ଧରି ଏସବୁ ସାମଗ୍ରୀ ଲାଗି ଦାବି କରିଆସୁଥିଲା । କିଣାହେବାକୁ ଥିବା ସାମଗ୍ରୀ ମଧ୍ୟରେ ଥିଲା ଭାରତୀୟ ନୌସେନା ପାଇଁ ୧୧୧ଟି ୟୁଟିଲିଟି ହେଲିକାପ୍ଟର । ଏଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୨୧ ହଜାର କୋଟି ଟଙ୍କା ହେବ ।

ଅନ୍ୟପକ୍ଷରେ ଭାରତୀୟ ସେନା ପାଇଁ ମୋଟ ୩୩୬୪ କୋଟି ଟଙ୍କା ମୂଲ୍ୟର ୧୫୦ଟି ୧୫୫ ଏମଏମ ଆଡଭାନ୍ସଡ ଟାଓ୍ଵାରଡ ଆର୍ଟିଲାରୀ ଗନ, ୨୪ଟି ଆଣ୍ଟି ସବମେରିନ ମଲଟି ରୋଲ ହେଲିକାପ୍ଟର, ୧୪ଟି ସର୍ଟ ରେଞ୍ଜ ମିସାଇଲ ସିଷ୍ଟମ ମଧ୍ୟ ଖରିଦ କରାଯିବ । ଏଥିପାଇଁ ଖୁବଶୀଘ୍ର ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ ଜାରି କରାଯିବ ।

ସମ୍ବନ୍ଧିତ ଖବର