ଆଜି ଠାରୁ ଆରବ ସାଗରରେ ଭାରତ ଓ ଜାପାନର ତିନିଦିନିଆ ନୌସେନା ସମରାଭ୍ୟାସ ‘ଜିମେକ୍ସ’ ଆରମ୍ଭ

ନୂଆଦିଲ୍ଲୀ: ଆଜି ଠାରୁ ଉତ୍ତର ଆରବ ସାଗରରେ ଭାରତ ଓ ଜାପାନ ନୌସେନା ତିନିଦିନିଆ ନୌସେନା ସମରାଭ୍ୟାସ ଆରମ୍ଭ କରୁଛନ୍ତି। ଏହା ହେଉଛି ‘ଜାପାନ ମେରିଟାଇମ୍ ବାଇଲେଟେରାଲ୍ ଏକ୍ସର୍‌ସାଇଜ୍’ର (ଜିମେକ୍ସ) ଚତୁର୍ଥ ସଂସ୍କରଣ।

ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ନୌସମରାଭ୍ୟାସ କୋଭିଡ୍-୧୯ କଟକଣା ଯୋଗୁଁ ‘ନନ୍‌-କଣ୍ଟାକ୍ଟ୍‌ ଆଟ୍ ସି-ଓନ୍‌ଲି ଫର୍ମାଟ୍‌’ରେ ପରିଚାଳିତ ହେବ।

ଭାରତ ମହାସାଗର ଅଞ୍ଚଳରେ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍‌ର ସାମରିକ କାର୍ଯ୍ୟକଳାପ ବୃଦ୍ଧି ଚିନ୍ତାଜନକ ହୋଇଥିବା ବେଳେ ଭାରତ ଓ ଜାପାନର ଏହି ମିଳିତ ନୌସମରାଭ୍ୟାସ ଆରମ୍ଭ ହୋଇଛି।

ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଭାରତ-ଜାପାନ ନୌସମରାଭ୍ୟାସର ୪ର୍ଥ ସଂସ୍କରଣରେ ଉଚ୍ଚମାନର ସାମୁଦ୍ରିକ ଅଭିଯାନ, ଉଚ୍ଚସ୍ତରୀୟ ଇଣ୍ଟର୍-ଅପେରାବିଲିଟି ଏବଂ ମିଳିତ ଅଭିଯାନ ଦକ୍ଷତା ଆଦି ଅଭ୍ୟାସ କରାଯିବ।

Image Courtesy of The Times of India

ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଭାରତ-ଜାପାନ ନୌସମରାଭ୍ୟାସର ୪ର୍ଥ ସଂସ୍କରଣରେ ଉଚ୍ଚମାନର ସାମୁଦ୍ରିକ ଅଭିଯାନ, ଉଚ୍ଚସ୍ତରୀୟ ଇଣ୍ଟର୍-ଅପେରାବିଲିଟି ଏବଂ ମିଳିତ ଅଭିଯାନ ଦକ୍ଷତା ଆଦି ଅଭ୍ୟାସ କରାଯିବ।

ସାମୁଦ୍ରିକ ନିରାପତ୍ତା ଅଭିଯାନ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଜାନୁଆରି ୨୦୧୨ରେ ‘ଜିମେକ୍ସ୍‌’ ସିରିଜ୍ ସମରାଭ୍ୟାସ ଆରମ୍ଭ ହୋଇଥିଲା। ୨୦୧୮ ଅକ୍ଟୋବର ମାସରେ ବିଶାଖାପାଟଣା ଉପକୂଳରେ ‘ଜିମେକ୍ସ’ର ଗତ ସଂସ୍କରଣ ଅନୁଷ୍ଠିତ ହୋଇଥିଲା।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଦୁଇ ଦେଶ ସେପ୍ଟେମ୍ବର ୯ ତାରିଖ ଦିନ ଏକ ଐତିହାସିକ ରାଜିନାମା ସ୍ବାକ୍ଷର କରିବା ପରେ ଏହା ହେଉଛି ପ୍ରଥମ ମିଳିତ ସମରାଭ୍ୟାସ। ରାଜିନାମା ଅନୁସାରେ, ପରିବହନ ସୁବିଧା ନିମନ୍ତେ ଦୁଇ ଦେଶ ପରସ୍ପରର ଘାଟିରେ ପ୍ରବେଶ କରିବାକୁ ସେନାକୁ ଅନୁମତି ଦେବେ।

ସମ୍ବନ୍ଧିତ ଖବର