ଚୀନ ବିରୁଦ୍ଧରେ ଭାରତ ପଛରେ ଛିଡ଼ା ହେଲେ ଆମେରିକା, ଜାପାନ ଓ ଇସ୍ରାଏଲ

ନୂଆଦିଲ୍ଲୀ : ଚୀନ ଓ ଭାରତ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଥିବାବେଳେ ଭାରତ ପ୍ରତି ବିଶ୍ବସମୁଦାୟର ସମର୍ଥନ ପ୍ରକାଶ ପାଇଛି । ବିଶେଷ କରି ଆମେରିକା, ଜାପାନ, ଇସ୍ରାଏଲ ଭାରତ ପ୍ରତି ସମର୍ଥନ ଜଣାଇଛନ୍ତି । ଭାରତର ପୁରୁଣା ବନ୍ଧୁ ଋଷିଆ ମଧ୍ୟ ଭାରତ ପଛରେ ରହିଛି ।

ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକାକୁ ଗଠିତ କ୍ବାଡ ଏବେ ଚୀନ ବିରୁଦ୍ଧରେ ସବୁଠାରୁ ଶକ୍ତିଶାଳୀ ସଂଗଠନ ଭାବେ ଛିଡ଼ା ହୋଇଛି ।  ଏହି ସଂଗଠନ ମାଧ୍ୟମରେ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ଦାଦାଗିରିକୁ କ୍ଷୁର୍ଣ୍ଣ କରିବାକୁ ଉଦମ କରାଯାଉଛି । ଆଗାମୀ ଦିନରେ କ୍ବାଡ ଓ ଚୀନ ମଧ୍ୟରେ ଶୀତଳ ଯୁଦ୍ଧ ଘନେଇବା ଆଶଙ୍କା ରହିଛି ।

ଚୀନକୁ ରୋକିବାକୁ ଆମେରିକା ଏସିଆରେ ସେନା ମୁତୟନ ପାଇଁ ଯୋଜନା କରୁଛି । ଏହା ସହିତ  ଆଉକେତେକ ଅସ୍ତ୍ରଶସ୍ତ୍ର ଓ ଗୁଇନ୍ଦା ସୂଚନା ଯୋଗାଉଛି ଆମେରିକା ।    ସେହିପରି ଇସ୍ରାଏଲ ଭାରତକୁ ବାରାକ ମିସାଇଲ ଡିଫେନ୍ସ ସିଷ୍ଟମ ଜରୁରୀକାଳୀନ ଭିତ୍ତିରେ ଯୋଗାଇବାକୁ ରାଜି ହୋଇଛି । ଖୁବଶୀଘ୍ର ଏହା ଭାରତରେ ପହଞ୍ଚିବ । ଶତ୍ରୁପକ୍ଷର ବିମାନ କିମ୍ବା କ୍ଷେପଣାସ୍ତ୍ରକୁ ଆକାଶରେ ନଷ୍ଟ କରିବାକୁ ଏହି ମିସାଇଲ ସିଷ୍ଟମ ସକ୍ଷମ ।

ଗତ ଶନିବାରଦିନ ଭାରତ ମହାସାଗରରେ ଜାପାନ ଓ ଭାରତର ନୌସେନା ମିଳିତଭାବେ ସମରାଭ୍ୟାସ  କରିଛନ୍ତି । ଏଥିରେ ଭାରତୀୟ ନୌସେନାର ଆଇଏନଏସ ରାନା ଓ ଆଇଏନଏସ  କୁଲିସ ଯୁଦ୍ଧ ଜାହାଜ ଓ ଜାପାନର ନୌସେନାର ଜେଏସ କାସିମା ଓ ଜେଏସ ସିମାୟୁକି ଯୋଗ ଦେଇଥିଲେ । ଭାରତ ଓ ଜାପାନର ନୌସେନା ପୂର୍ବରୁ ମଧ୍ୟ ଅନେକ ଥର  ସମରାଭ୍ୟାସ କରିଥିଲେ ମଧ୍ୟ ଏଥରର ପରିସ୍ଥିତି ଭିନ୍ନ । ସୀମାରେ  ଭାରତ ଓ ଚୀନ ସେନା ବିଭିନ୍ନ ଆଧୁନିକ ଯୁଦ୍ଧାସ୍ତ୍ର ସହ ମୁହାଁମୁହିଁ ଅଛନ୍ତି । ସେହିପରି ଜାପାନ ଉପକୂଳରେ ଥିବା ସେନକାକୁ ଦ୍ବୀପର ମାଲିକାନାକୁ ନେଇ ଚୀନ ଓ ଜାପାନ ମଧ୍ୟରେ ଉତ୍ତେଜନା ବଢିଛି । ଏହାକୁ ଦ୍‌ଷ୍ଟିରେ ରଖି ଜାପାନ ସୀମାରେ ନିଜର କ୍ଷେପଣାସ୍ତ୍ର ମୁତୟନ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.