ଟେଷ୍ଟିଙ୍ଗ କିଟ କିଣିବାରେ ବିଳମ୍ବ କରିଛି ଭାରତ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ହେତୁ ସମଗ୍ର ଦେଶରେ ମେ ୩ ଯାଏଁ ଲକଡାଉନ ପକାଇବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି | କିନ୍ତୁ ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଟେଷ୍ଟ କିଟ୍ କିଣିବାକୁ ଭାରତ ବହୁତ ସମୟ ନେଇଛି ଏବଂ ବର୍ତ୍ତମାନ ଏହି କିଟଗୁଡିକର ବହୁତ ଅଭାବ ରହିଛି। ରାହୁଲ ଗାନ୍ଧୀ କହିଛନ୍ତି ଯେ ୧୦ ଲକ୍ଷ ଜନସଂଖ୍ୟାରେ କେବଳ ୧୪୯ ଭାରତୀୟଙ୍କର ପରୀକ୍ଷା କରାଯାଉଛି। ଯଦି ଆମେ ଏହି ଆକଳନକୁ ଦେଖିବା, ତେବେ ଆମେ ଲାଓସ୍ (୧୫୭), ନାଇଗର (୧୮୨), ହୋଣ୍ଡ୍ରାସ୍ (୧୬୨) ଭଳି ଦେଶ ପାଖାପାଖି ରହିଛୁ ।


ରାହୁଲ ଗାନ୍ଧୀ କହିଛନ୍ତି ଯେ ବହୁ ସଂଖ୍ୟକ ଲୋକଙ୍କ ପରୀକ୍ଷା ଏହି ଭୂତାଣୁ ବିରୁଦ୍ଧରେ ଏକ ବଡ଼ ଅସ୍ତ୍ର। ବର୍ତ୍ତମାନ, ଆମେ ଏହି ଯୁଦ୍ଧରେ କୌଣସି ସ୍ଥାନରେ ଠିଆ ହୋଇ ନାହୁଁ | ଏହା ପ୍ରଥମ ଥର ନୁହେଁ କରୋନା ସଙ୍କଟ ସମୟରେ ରାହୁଲ ଗାନ୍ଧୀ ଏହା ପୂର୍ବରୁ ସୋମବାର, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ପୂର୍ବରୁ ରାହୁଲ ଗାନ୍ଧୀ କହିଥିଲେ ଯେ କୃଷକ, ଶ୍ରମିକ,ଦିନ ମଜୁରିଆ, ବ୍ୟବସାୟୀ ସମସ୍ତଙ୍କୁ ଗୋଟିଏ ସ୍କେଲରେ ଦେଖିହେବ ନାହିଁ।

ସଂପୂର୍ଣ୍ଣ ଲକଡାଉନ୍ ଅନେକଙ୍କ ପାଇଁ ବିପର୍ଯ୍ୟୟ ପାଲଟିଛି। ଦେଶକୁ ସ୍ମାର୍ଟ ସମାଧାନର ଆବଶ୍ୟକତା ରହିଛି | ବଡ଼ ଆକାରରେ ପରୀକ୍ଷା, ଚିହ୍ନଟ ଏବଂ ଭୂତାଣୁ ହଟସ୍ପଟ୍ ଅବରୋଧ ସହ ଅବଶିଷ୍ଟ ଅଞ୍ଚଳରେ ଧୀରେ ଧୀରେ ଯତ୍ନବାନ ହୋଇ କାର୍ଯ୍ୟ ଆରମ୍ଭ ହେବା ଉଚିତ୍।

ସମ୍ବନ୍ଧିତ ଖବର