କରୋନା ଚିକିତ୍ସା ଲାଗି ବ୍ୟବହାର ହେଉଥିବା ହାଇଡ୍ରୋକ୍ସି କ୍ଳୋରୋକୁଇନ ଉପରୁ ଉଠିଲା ରପ୍ତାନି କଟକଣା

ନୂଆଦିଲ୍ଲୀ:  ସରକାର ମାଲେରିଆ ନିରୋଧି ଔଷଧ ହାଇଡ୍ରୋକ୍ସି କ୍ଳୋରୋକୁଇନ (ଏଚସିକ୍ୟୁ) ଉପରେ ତତ୍କାଳ ରପ୍ତାନି କଟକଣା ଉଠାଇ ଦେଇଛନ୍ତି । ଗତ ୩ ତାରିଖ ଦିନ ଆନ୍ତଃସଚିବସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ସୁପାରିଶକୁ ଭିତ୍ତିକରି ଏହି ନିଷ୍ପତ୍ତି ନିଆଯାଇଛି । କମିଟିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବ୍ୟତୀତ ଫାର୍ମାସ୍ୟୁଟିକାଲ ବିଭାଗ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏଥିରେ ଯୋଗଦେଇଥିବା ବେଳେ ଫାର୍ମାସ୍ୟୁଟିକାଲ ବିଭାଗ ଏଚସିକ୍ୟୁ ବଟିକା ଉପରୁ ରପ୍ତାନି କଟକଣା ଉଠାଇବା ପାଇଁ ସୁପାରିଶ କରିଥିଲା । ଗତକାଲି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଏଥିନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି ।

ବୈଠକରୁ ଆହୁରି ଜଣାପଡିଛି ଯେ,  ଗତ ମାର୍ଚ୍ଚ ରୁ ମେ’ ମାସ ମଧ୍ୟରେ ଦେଶରେ ଏଚସିକ୍ୟୁ ବଟିକା ୟୁନିଟ ୨ ରୁ ୧୨କୁ ବୃଦ୍ଧି ପାଇବା ଫଳରେଏହାର ଉତ୍ପାଦନ ମାସିକ ୧୦ରୁ ୩୦ କୋଟିକୁ ବୃଦ୍ଧି ପାଇଛି । ଦେଶରେ ଆବଶ୍ୟକତା ଅନୁସାରେ ଏବେ ଅଧିକ ବଟିକା ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁସାରେ ଦେଶର ଆବଶ୍ୟକତା ୧୨.୨୨ କୋଟି ବଟିକା କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଲାଇଫ କେୟାର ଲିମିଟେଡକୁ ଅର୍ଡର ଦିଆଯାଇଛି । ଦେଶର ଚାହିଦା ପୂରଣ ପରେ ମଧ୍ୟ ପର୍ଯ୍ୟାପ୍ତ ଏଚସିକ୍ୟୁ ବଟିକା ମହଜୁଦ ଅଛି । ଏହାଛଡା ୨୦୦ ମିଲିଗ୍ରାମ ଶକ୍ତିଯୁକ୍ତ ୭.୫୮ କୋଟି ରାଜ୍ୟ ସରକାର, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ଜନଔଷଧି କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଇଛି । ଘରୋଇ ଚାହିଦା ପୂରଣ ନିମନ୍ତେ ୧୦.୮୬ କୋଟି ଏଚସିକ୍ୟୁ ବଟିକା ସ୍ଥାନୀୟ ଫାର୍ମାସୀଗୁଡିକୁ ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଇଛି । ସେଦୃଷ୍ଟିରୁ ମୋଟ ୩୦.୬୬ କୋଟି ବଟିକା ଦେଶକୁ ଯୋଗାଯାଇଛି । ଏହାଛଡା ଦେଶର ପ୍ରମୁଖ ଏଚସିକ୍ୟୁ ବଟିକା ଉତ୍ପାଦନକାରୀ ଘରୋଇ ବଜାରକୁ ୫ ଲକ୍ଷ ପର୍ଯ୍ୟନ୍ତ ବଟିକା ଏହି ମାସରେ ଯୋଗାଇଦେବେ ।

ସମୟକ୍ରମେ ଭାରତୀୟ ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ଦେଶର ଏଚସିକ୍ୟୁ ବଟିକାର ଉପଲବ୍ଧତା ନେଇ ସର୍ଭେ କରିଛନ୍ତି । ଗତମାସ ୨୫ ଓ ୨୬ ତାରିଖରେ ଦେଶର ପ୍ରମୁଖ କୋଭିଡ-19 ହସ୍ପିଟାଲଗୁଡିକରେ କରାଯାଇଥିବା ସର୍ଭେ ଅନୁସାରେ ଶତକଡା ୯୩ ଭାଗରୁ ଅଧିକ ଏଚସିକ୍ୟୁ ବଟିକା ମହଜୁଦ ରହିଛି ।

ସମ୍ବନ୍ଧିତ ଖବର