ଜମ୍ମୁ ଅଞ୍ଚଳରେ ଡ୍ରୋନ୍‌ ଉଡ଼ାଣ ପ୍ରସଙ୍ଗରେ ପାକିସ୍ତାନ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଲା ଭାରତ

ଜମ୍ମୁ: ଶନିବାର ଦିନ ବର୍ଡର୍‌ ସିକ୍ୟୁରିଟି ଫୋର୍ସ ଏବଂ ପାକିସ୍ତାନ ରେଞ୍ଜର୍ସଙ୍କ ମଧ୍ୟରେ ବସିଥିବା ସେକ୍ଟର୍‌ କମାଣ୍ଡର୍‌ସ୍ତରୀୟ ବୈଠକରେ ଭାରତ ଜମ୍ମୁ ଅଞ୍ଚଳରେ ଡ୍ରୋନ୍‌ ଉଡ଼ାଣ ପ୍ରସଙ୍ଗରେ ଦୃଢ଼ ପ୍ରତିବାଦ ଉପସ୍ଥାପନ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

‘ବିଏସ୍‌ଏଫ୍‌’ର ଜଣେ ମୁଖପାତ୍ର କହିଛନ୍ତି, ଫେବ୍ରୁଆରି ମାସରେ ‘ଡିଜିଏମ୍‌ଓ’ଦ୍ବାରା ହୋଇଥିବା ଅସ୍ତ୍ରବିରତି ରାଜିନାମା ଘୋଷଣା ପରେ ଦୁଇ ସୀମା ପ୍ରହରୀ ବଳଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ସେକ୍ଟର୍‌ କମାଣ୍ଡର ସ୍ତରୀୟ ବୈଠକ।

Image Courtesy of NDTV

ପାକିସ୍ତାନ ରେଞ୍ଜର୍ସଙ୍କ ଅନୁରୋଧକ୍ରମେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ବର୍ଡର୍‌’ ଅନ୍ତର୍ଗତ ସୁଚେତଗଡ଼ ଅଞ୍ଚଳରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆଭିଯାନିକ ସମସ୍ୟା ସମାଧାନ ପାଇଁ ଆବଶ୍ୟକ ପଡ଼ିଲେ ତୁରନ୍ତ ଫିଲ୍‌ଡ୍‌ କମାଣ୍ଡର୍‌ଙ୍କ ମଧ୍ୟରେ ଆଲୋଚନା କରିବା ଲାଗି ଯେଉଁ ବ୍ୟବସ୍ଥା ଥିଲା ତାହାକୁ ପୁନଃ ଚାଲୁକରିବା କଥା ମଧ୍ୟ ଏହି ବୈଠକରେ ସ୍ଥିର କରାଯାଇଛି।

ପାକିସ୍ତାନୀ ଡ୍ରୋନ୍‌ ଉଡ଼ାଣ, ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସୀମା ସେପାରିରୁ ସୁଡ଼ଙ୍ଗ ଖୋଦନ ଏବଂ ସୀମାନ୍ତ ପରିଚାଳନା ଭଳି ଅନ୍ୟାନ୍ୟ ବହୁ ସମସ୍ୟା କଥା ଏହି ବୈଠକରେ ଉଭୟ ପକ୍ଷ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର