ପୁଲଓ୍ଵାମା ଆକ୍ରମଣ ଘଟଣାରେ ପାକିସ୍ତାନୀ ହାଇକମିସନରଙ୍କୁ ଡକାଇ ‘ଦୃଢ ପ୍ରତିବାଦ’ ଜାହିର କଲା ଭାରତ

ନୂଆଦିଲ୍ଲୀ: ଗତକାଲିର ଆତଙ୍କବାଦୀ ଆକ୍ରମଣ ନେଇ ପାକିସ୍ତାନୀ ହାଇକମିସନର ସୋହେଲ ଅହମ୍ମଦ ଡ଼କାଇ ଭାରତ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଛି। ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥା ଜୈସ୍‌-ଇ-ଅହମ୍ମଦ ପକ୍ଷରୁ ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ସିଆର୍‌ଏଫ୍‌ ବସ୍‌ ଉପରକୁ କରାଯାଇଥିବା ଆକ୍ରମଣରେ ୪୫ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହେବା ଘଟଣାରେ କୁଟନୈତିକ ସ୍ତରରେ ପ୍ରତିବାଦ ଜାହିର କରିଛି ଭାରତ।

ବୈଦେଶିକ ସଚିବ ବିଜୟ ଗୋଖ୍‌ଲେ ଭାରତରେ ଅବସ୍ଥାପିତ ପାକିସ୍ତାନୀ ହାଇକମିସନର୍‌ଙ୍କୁ ଡକାଇ କହିଛନ୍ତି ଯେ, ଗତକାଲିର ଘଟଣା ଲାଗି ନିଜକୁ ଦାୟୀ କରିଥିବା ଜୈସ୍‌ -ଇ-ମହମ୍ମଦ ବିରୋଧରେ ତୁରନ୍ତ ଏବଂ ଠୋସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ପାକିସ୍ତାନୀ ହାଇକମିସନଙ୍କ ନିକଟରେ ଏଥିସହ ବୈଦେଶିକ ସଚିବ ଏହା ମଧ୍ୟ ଦାବି କରିଛନ୍ତି ଯେ,ଆତଙ୍କବାଦ ସହ ଜଡ଼ିତ ସଂଗଠନ ଓ ଗୋଷ୍ଠୀଗୁଡ଼ିକରେ କାର୍ଯ୍ୟକଳାପ ସଙ୍ଗେ ସଙ୍ଗେ ବନ୍ଦ କରାଯାଉ।

ଗୁରୁବାର ଘଟଣା ପରେ ଭାରତ ପକ୍ଷରୁ ଏକ ଦୁଇ ଧାଡ଼ିଆ ବକ୍ତବ୍ୟ ଜାରି କରାଯାଇ କୁହାଯାଇଥିଲା କି ପାକିସ୍ତାନ ତା’ ମାଟିରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ କାର୍ଯ୍ୟ କରିବା ଲାଗି ପୂର୍ଣ୍ଣ ସ୍ୱାଧୀନତା ଦେଉଛି, ଯାହା ଫଳରେ ଭାରତରେ ସେମାନେ ହିଂସା ଘଟାଉଛନ୍ତି। ତେବେ ପାକିସ୍ତାନ ଏହାକୁ ଖଣ୍ଡନ କରିଥିଲା।

ସମ୍ବନ୍ଧିତ ଖବର