ଜୁଲାଇ ଶେଷ ସୁଦ୍ଧା ଭାରତ ପ୍ରତିଦିନ ୧ କୋଟି ଲୋକଙ୍କୁ ଟିକାକରଣ କରିବାକୁ ଆଶା ରଖିଛି: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ ହାର କମ ହେଉଥିଲେ ମଧ୍ୟ ଟିକାର ଅଭାବ ପୂରଣ ହୋଇପାରିନାହିଁ | ଏବେ ମଧ୍ୟ ଟିକା ଅଭାବ ପାଇଁ ଅନେକ ଲୋକ ଟିକା ନେଇ ପାରୁନାହାନ୍ତି | ଏନେଇ କେନ୍ଦ୍ର ସରକାର ସମାଲୋଚନାର ଶିକାର ହେଉଥିବା ବେଳେ ଏବେ ଟିକାକରଣକୁ ନେଇ ବଡ଼ ବୟାନ ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ |

ଭାରତକୁ ଟାର୍ଗେଟ ପୂରଣ କରିବା ପାଇଁ ଟିକା ଉତ୍ପାଦନ ବୃଦ୍ଧି କରିବାକୁ ପଡିବ | ଏହା ସହ ବିଦେଶରୁ ଡୋଜ କ୍ରୟ ପାଇଁ ଏକ ବ୍ୟାପକ ରଣନୀତିର ଆବଶ୍ୟକ ବୋଲି ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି। ଜୁଲାଇ ଶେଷ ସୁଦ୍ଧା ଭାରତ ପ୍ରତିଦିନ ଏକ କୋଟି ଲୋକଙ୍କୁ ଟିକାକରଣ କରିବାକୁ ଆଶା ରଖିଛି। ଏନେଇ ଭାରତ ଉତ୍ପାଦନକୁ ତ୍ୱରାନ୍ୱିତ କରିବା ଏବଂ ବିଦେଶରୁ ଟିକା କ୍ରୟ କରିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି |

Will there be a third wave of coronavirus AIIMS Director Dr Randeep Guleria  latest news | India News – India TV
India TV

ଏହା ସହ ଗର୍ଭବତୀ ମହିଳାଙ୍କୁ ଆଗ ଟିକା ଦେବା କଥା କହିବା ସହ କୋଭାକ୍ସିନ୍ ଟିକା ସେମାନଙ୍କ ପାଇଁ ଭଲ ବୋଲି ସେ କହିଛନ୍ତି | ସେ କହିଛନ୍ତି ଯେ, କୋଭାକ୍ସିନ ଏକ ନିଷ୍କ୍ରିୟ ଭୂତାଣୁ ଟିକା, ଯାହା ଫ୍ଲୁ ଟିକା ସହିତ ସମାନ | ତେଣୁ ଏହା ଗର୍ଭବତୀ ମହିଳାଙ୍କ ପାଇଁ ନିରାପଦ।

ସମ୍ବନ୍ଧିତ ଖବର