ଅମୁଲ ଗର୍ଲଙ୍କୁ କନ୍ଦାଇଲା କଠୁଆ ଏବଂ ଉନ୍ନାଓ ଦୁଷ୍କର୍ମ ମାମଲା: ଅମୁଲର ନୂଆ ପଦକ୍ଷେପ

ମୁମ୍ବାଇ : ଭାରତର ମାର୍କେଟିଙ୍ଗ ଗଡ଼୍‍ କୁହାଯାଉଥିବା ଅମୁଲ କମ୍ପାନିର ଅମୁଲ ଗର୍ଲକୁ କନ୍ଦାଇଛି କଠୁଆ ଏବଂ ଉନ୍ନାଓରେ ହୋଇଥିବା ଦୁଷ୍କର୍ମ ମାମଲା । ଦୁଇଟି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତମାନଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ସେମାନଙ୍କୁ ସମର୍ଥନ କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ସାରା ଦେଶ ଏବେ ସରକାରଙ୍କୁ ନ୍ୟାୟ ଭିକ୍ଷା କରୁଛି । ଦେଶର ପ୍ରତି କୋଣରେ ଏହାକୁ ନେଇ ଅନେକ ଆନ୍ଦୋଳନ ଚାଲୁଥିବା ବେଳେ ଅମୁଲ କମ୍ପାନି ତରଫରୁ ମଧ୍ୟ ସେହି ପ୍ରୟାସ କରାଯାଇଛି । କଠୁଆ ଏବଂ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଅମୁଲ ତରଫରୁ ଏକ ବିଜ୍ଞାପନ ଜାରି କରାଯାଇ ଏହି ପ୍ରୟାସ କରାଯାଇଛି ।

ଅମୁଲର ବିଜ୍ଞାପନରେ ବିଭିନ୍ନ ପ୍ରଡ଼କ୍ଟରେ ଅମୁଲ ଗର୍ଲର ହସି ଖେଳି ନାଚୁଥିବାର ଫଟୋ ଆସୁଥିବା ବେଳେ କଠୁଆ ଏବଂ ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଏହି ଫଟୋରେ ପରିବର୍ତ୍ତନ ଅଣାଯାଇଛି । ସମାଜିକ ପ୍ରସଙ୍ଗକୁ ସବୁବେଳେ ଲେଖି ଆସୁଥିବା ଏବଂ ପରିବର୍ତ୍ତନ ପାଇଁ ଚେଷ୍ଟା କରୁଥିବା ଅମୁଲ କମ୍ପାନି ଏଥର ପ୍ରଥମ ଥର ପାଇଁ ଅମୁଲ ଗର୍ଲ କାନ୍ଦୁଥିବାର ଫଟୋ ବିଜ୍ଞାପନରେ ପ୍ରସ୍ତୁତ କରିଛି । କ୍ରନ୍ଦନରତ ଅମୁଲ୍‌ ଗାର୍ଲର ଛବି କମ୍ପାନି ତରଫରୁ ଟ୍ଵିଟ୍‌ କରାଯାଇଥିବା ବେଳେ ଅମୁଲର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନିନ୍ଦା କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି ବୋଲି କମ୍ପାନି ତରଫରୁ କୁହାଯାଇଛି ।

ସମ୍ବନ୍ଧିତ ଖବର